ଗୋପ ବାଲିଘାଇ ରାସ୍ତା କାର୍ଯ୍ୟ ସରିବା ପୂର୍ବରୁ ମଝିରେ ଫାଟ

ନିମ୍ନମାନ ର କାର୍ଯ୍ୟ ସହିତ ରାସ୍ତାର ଉଭୟ ପାର୍ଶ୍ୱ ମୋରମ ବଦଳରେ ବାଲିମାଟି 

ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :-  ଗୋପ କୁଶଭଦ୍ରା ନଦୀ ବ୍ରିଜ ଠାରୁ ବାଲିଘାଇ ପର୍ଯ୍ୟନ୍ତ 17 କିଲୋମିଟର ରାସ୍ତା ସଂସପ୍ରସାରଣ କାର୍ଯ୍ୟ ସରିବା ପୂର୍ବରୁ ଆରମ୍ବରୁ ଫାଟ l ଯଦିଓ ଉକ୍ତ ରାସ୍ତା ଟି ପୂର୍ତ୍ତ ବିଭାଗ ଅଧିନସ୍ତ କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତ ରେ ନିଜ ଇଛା ମୁତାବକ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି l ରାସ୍ତା ର ଉଭୟ ପାର୍ଶ୍ଵ ରେ ଚୋରା ବାଲି ମାଟି ବ୍ୟବହାର କରି ଚର୍ଚାରେ ଠିକାଦାର l ଗତ କିଛି ଦିନ ହେଵ ଗଣେଶ୍ୱପୁରୁ ମାଟିଆ ଖାତ ନିକଟ କୁଶଭଦ୍ରା ନଦୀ ଭିତରୁ ଦିବାଲୋକ ରେ ହଜାର ହଜାର ଟ୍ରିପ ବାଲି ମାଟି ଉଠାଯାଉଛି l କଣ ପାଇଁ ନା ପୂର୍ତ୍ତ ବିଭାଗ ଦ୍ଵାରା ଗୋପ ବାଲିଘାଇ ରାସ୍ତା କାର୍ଯ୍ୟ ରେ ବ୍ୟବହାର ପାଇଁ l ଦୈନିକ ଏତେ ପାରିମାରେ ବାଲି ଓ ମାଟି ଚୋରାଚାଲଣ ହେଉଛି ଅଥଚ କୌଣସି ବିଭାଗୀୟ ଅଧିକାରୀ ଙ୍କ ନଜର କୁ ଆସୁନି l


ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ଜଣାଅଛି ନା ନାହିଁ ସାଧାରଣତଃ ପିଛୁ ଅବା ଢ଼ଳେଇ ରାସ୍ତା କାର୍ଯ୍ୟ ପରେ ଉଭୟ ପାର୍ଶ୍ଵ ରେ ମୋରମ ହି ବ୍ୟବହାର କରାଯାଏ l ତାହା ନ କରି ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତ ରେ ଠିକାଦାର ତା ଇଛା ମୁତାବକ କାର୍ଯ୍ୟ ସାରିଦେବାକୁ ଚେଷ୍ଟା କରୁଥିବା ର ଅଭିଯୋଗ ହେଉଛି ରାସ୍ତାର ଉଭୟ ପାର୍ଶ୍ଵ ରେ ଦିବାଲୋକ ରେ କୁଶଭଦ୍ରା ନଦୀ ପଠାରୁ ବାଲି ଓ ମାଟି ନେଇ ପକାଉଥିବାରୁ ସ୍ଥାନୀୟ ତହସିଲଦାର ଙ୍କୁ ଅଭିଯୋଗ ହୋଇଛି l କିନ୍ତୁ ଅଭିଯୋଗ ପରେ ଗୋପ ତହସିଲଦାର ଅନିଲ କୁମାର ମହାନ୍ତି ଲୋକ ଦେଖାଣିଆ ଭାବେ ନିଜର ଦାୟିତ୍ୱ ରୁ ନିବୃତ ହୋଇଛନ୍ତି l ଲଜ୍ୟା ନିବାରଣ ନିମନ୍ତେ ଲୁଗା ଧାରଣ କରାଯାଏ ଅନ୍ୟଥା କୌଣସି ଆବଶ୍ୟକତା ନଥିଲା l

ମାଟିଆ ଖାତ ପାଖରେ ନୂତନ ଭାବେ ନିର୍ମିତ ହେଉଥିବା ରାସ୍ତା ଟି ମଝିରୁ ଫାଟି ଖାଲ ଖମ୍ମା ସହିତ ବଡ଼ ବଡ଼ ଗର୍ତ୍ତ ହେବାକୁ ବସିଲାଣି l ଉକ୍ତ କାର୍ଯ୍ୟ ରେ ବ୍ୟବହୃତ ଚୋରା ବାଲି ମାଟି କୁ ଜବତ କରିବା ସହିତ ଠିକାଦାର ଙ୍କ ଲାଇସେନ୍ସ କୁ ରଦ୍ଧ କରିବା ପାଇଁ ସୁରକ୍ଷା ମଞ୍ଚ ପାକ୍ଷରୁ ଦାବୀ l ମୁଖ୍ୟତଃ ଗୋପ ଅଞ୍ଚଳ ରେ ଯେକୌଣସି କାର୍ଯ୍ୟ ହେଉଛି କୌଣସି କାର୍ଯ୍ୟ ରେ ଫଳକ ମରାଯାଉନାହିଁ l

ବ୍ୟୟ ବରାଦ କେତେ କେବେ ସରିବ କାର୍ଯ୍ୟ କୌଣସି ସୂଚନା ନଥାଇ ଠିକାଦାର ନିଜ ଇଛା ମୁତାବକ କାର୍ଯ୍ୟ କରୁଛି l ଜାତୀୟ ସମ୍ପତ୍ତି କୁ ଯଦି ନିଜ ପୌତ୍ରିକ ସମ୍ପତ୍ତି ବୋଲି ଦର୍ଶାଇବା ଲୋକ ହସିବେ ଏଣୁ ଯିଏ ଏ ସବୁ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଦୟାକରି ନିବୃତ ରୁହନ୍ତୁ ଅନ୍ୟଥା ସାଧାରଣ ଜନତା ଙ୍କ ଆକ୍ରୋଶ ର ଶିକାର ହେବେ ବୋଲି ଗୋପ ସୁରକ୍ଷା ମଞ୍ଚର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ସ୍ପଷ୍ଟ କରିଛନ୍ତି l

Exit mobile version