Home ଓଡ଼ିଶା ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ ଠାରେ ଜାତୀୟ ପଂଚାୟତରାଜ ଦିବସ -୨୦୨୫ ଜ଼ିଲ୍ଲା ସ୍ତରୀୟ ସମାରୋହ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ଥାନୀୟ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ ଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ଜାତୀୟ ପଞ୍ଚାୟତିରାଜ ଦିବସ – ୨୦୨୫ ପାଳିତ ହୋଇଯାଇଛି । କାଶ୍ମୀରର ପହଳଗ୍ରାମଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣହରାଇଥିବା ୨୬ଜଣ ପର୍ଯ୍ୟଟକଙ୍କ ଆତ୍ମାର ସଦଗତି ପାଇଁ ୨ ମିନିଟର ନୀରବ ପ୍ରାର୍ଥନା କରି ଆଜିର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ ଯୋଗ ଦେଇ ପଞ୍ଚାୟତିରାଜ ବ୍ୟବସ୍ଥା ଗ୍ରାମୀଣ ଅର୍ଥନୀତି ଓ ସାମାଜିକ ବିକାଶରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଛି । ମହିଳା ସଶକ୍ତିକରଣ ଓ ଦରିଦ୍ର ଦୂରୀକରଣରେ ଏହାର ଯୋଗଦାନ ଅତୁଳନୀୟ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରି ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ବିକଶିତ ଓଡ଼ିଶା ଗଠନ ପାଇଁ ଓଡ଼ିଶା ସରକାରଙ୍କର ଯେଉଁ ଲକ୍ଷ୍ୟ ରହିଛି ଏଥିରେ ସହଯୋଗ ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ସନ୍ନମାନିତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ ବିକାଶର ମୂଳ ହେଉଛି ଗ୍ରାମ । ଗ୍ରାମ ଯଦି ବିକାଶ ନ ହେବ ତେବେ ରାଜ୍ୟ ବା ଦେଶର ବିକାଶ ହୋଇପାରିବ ନାହିଁ ତେଣୁ ପଞ୍ଚାୟତିରାଜ ଦିବସରେ ଗ୍ରାମର ବିକାଶ ପାଇଁ ସମସ୍ତେ ସଂକଳ୍ପ ନେବା ଉଚିତ ବୋଲି ଉପସ୍ଥିତ ଥିବା ସମସ୍ତଙ୍କୁ ଅବଗତ କରିଥିଲେ । ଅତିଥିମାନଙ୍କ ଦ୍ଵାରା ରାଜସ୍ୱ ସଂଗ୍ରହ, ଭିତ୍ତିଭୂମିର ବିକାଶ ଏବଂ ସେବା ପ୍ରଦାନ ଭଳି କ୍ଷେତ୍ରରେ ପ୍ରଦର୍ଶନକୁ ଆଧାର କରି ଜିଲ୍ଲାର ୭ଟି ପଞ୍ଚାୟତକୁ ରାଜ୍ୟ ଅର୍ଥ ଆୟୋଗ ପ୍ରୋତ୍ସାହନ ଅନୁଦାନ ପ୍ରଦାନ କରାଯାଇଥିଲା ଏବଂ ହିତାଧିକାରୀମାନଙ୍କୁ ନୂତନ ରାସନ୍ କାର୍ଡ ପ୍ରଦାନ କରାଯାଇଥିଲା । ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ଶ୍ରୀ ସୌମ୍ୟରଞ୍ଜନ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟ କ୍ରମ କୁ ସାଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରମା ମଲ୍ଲିକ , ଉପ ଜିଲ୍ଲାପାଳ ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ଜିଲ୍ଲା ଖାଉଟି ଯୋଗାଣ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ର ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ, ପ୍ରକଳ୍ପ ପ୍ରଶାସକ,ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର,ଏ.ପି.ଡି- ତଥା – ଡି.ପି.ଓ, ଜିଲ୍ଲା ପରିଷଦ ଶ୍ରୀ ନରେନ୍ଦ୍ର ନାୟକ, ଏ.ପି.ଡି ଫାଇନାନ୍ସ ଶ୍ରୀ ବିଦୁର ବେହେରା, ଅଧ୍ୟକ୍ଷା, ଫୁଲବାଣୀ ବ୍ଲକ ଶ୍ରୀମତୀ ସସ୍ମିତା କହଁର, ଉପାଧ୍ୟକ୍ଷ, ଫୁଲବାଣୀ ବ୍ଲକ ଶ୍ରୀ ଶ୍ରୀନିବାସ ମଲ୍ଲିକ, ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସରକାରୀ କର୍ମଚାରୀ, ପୌରପରିଷଦ, ଫୁଲବାଣୀର କର୍ମଚାରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026