ସାଇ ଆରାଧନା ଦିବସ 

ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ସାଇଜନନୀଠାରେ ଶ୍ରୀ ସତ୍ୟସାଇ ବାବାଙ୍କ ପବିତ୍ର ମହାସମାଧି ଦିବସ ତଥା ଆରାଧନା ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ବର ସାଇ ଜିଲା ଅନ୍ତର୍ଗତ ୬ଟି ସାଇ ସମିତିର ସାଇ ଆଶ୍ରିତ ଭାଇଭଉଣୀମାନଙ୍କ ଦ୍ବାରା ପ୍ରାତଃ ଓଁକାର,

ନଗର ସଂକୀର୍ତ୍ତନ, ଧ୍ୟାନ, ‌େଷାଡ଼ଶ ଉପଚାର ପୂଜା, ବେଦପାଠ ଆଦି କରାଯାଇଥିଲା । ଏହି ଅବସରରେ ଭୁବନେଶ୍ବର ସାଇ ଜିଲା ପକ୍ଷରୁ ବିଭିନ୍ନ ଡାକ୍ତରଖାନା, ଅନାଥ ଆଶ୍ରମ ଓ ଜରାଶ୍ରମ ମାନଙ୍କରେ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ପ୍ରତ୍ୟେକ ସମିତି ରେ ଏକ ଘଣ୍ଟା ଯାଏଁ ଲିଖିତ ଜପ ପାରାୟଣ ଲେଖାଯାଇଥିଲା । 

ସେହିପରି ସନ୍ଧ୍ୟା ଅଧିବେଶନରେ ସାମୂହିକ ଦୀପଦାନ ସହିତ ସତ୍ୟସାଇ ଉଚ୍ଚ ବିଦ୍ୟାଳୟ ଓ ବାଳବିକାସ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ମହମବତି ଶୋଭାଯାତ୍ରା କରାଯାଇଥିଲା । ଭଜନ ଓ ସତସଙ୍ଗ ରେ ବହୁ ସଂଖ୍ୟାରେ ସାଇ ଆଶ୍ରିତ ଯୋଗଦେଇଥିଲେ, କାର୍ଯ୍ୟକ୍ରମରେ ସଙ୍ଗଠନର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ସୁପରିଚାଳନା କରିଥିଲେ।

Exit mobile version