ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଗୁରୁବାର ବିରିଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତି ରାଜ ଦିବସ ସମାରୋହ ପାଳିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ l ଏହି ସମାରୋହରେ ମୁଖ୍ୟ ଅତିଥିତି ଭାବେ ତ୍ରି୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ଯୋଗ ଦେଇଥିଲାବେଳେ ସମ୍ମାନୀୟ ଅତିଥିତି ଭାବେ ଉପାଧ୍ୟକ୍ଷା ପିନାକୀ ପ୍ରିୟ ଦର୍ଶିନୀ,

ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତି ମୟୀ ରାୟ ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ ବିଡ଼ିଓ ଆୟୁଷି ପତି ପରିଚାଳନା କରିଥିବାବେଳେ ସଂଯୋଜନା କରିଥିଲେ କନିଷ୍ଠ ସହାୟକ ବିଶ୍ୱଜିତ ବିଶ୍ୱାଳ l ଏହି ଅବସରରେ ବ୍ଲକର 63 ଜଣ ହିତାଧିକାରୀ ଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା l ବ୍ଲକର ଉନ୍ନୟନ କାର୍ଯ୍ୟ ପାଇଁ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ ଦାଶ, ନିରଞ୍ଜନ ଜେନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ସେହିପରି ବିଭିନ୍ନ ବିଭାଗରେ ଉଲ୍ଲେନୀୟ ସଫଳତା ପାଇଁ କେତେଜଣ ପିଇଓ, ଏଡିଓ, ଏମବିକେ, ସିଆରପି ମାନଙ୍କ ସହ ଉପସ୍ଥିତ ସରପଞ୍ଚ, ସମିତିସଭ୍ୟ ସଭ୍ୟା ମାନଂକୁ ସମ୍ବର୍ଦ୍ଧନା ଓ ଟ୍ରଫି ପ୍ରଦାନ କରାଯାଇଥିଲା l ସେହିପରି 3 ଜଣ ଜିପିଏଲଏଫ ଲିଡର ଙ୍କୁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା l ଓଡ଼ିଶା ସରକାର ଙ୍କ ପୁରୀରୁ ଓ ଭାରତ ସରକାରଙ୍କ ବିହାରରୁ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳନର ସିଧା ପ୍ରସାରଣ ଏଲଇଡି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା l ଶେଷରେ ବିଡ଼ିଓ ଶ୍ରୀମତୀ ପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

Exit mobile version