Home ଓଡ଼ିଶା ଖୋର୍ଦ୍ଧା ରୋଡ଼-ବାଲୁଗାଁ-ବ୍ରହ୍ମପୁର ସେକ୍ସନରେ “ସ୍ଵତନ୍ତ୍ର ଟିକେଟ୍ ଯାଞ୍ଚ ଅଭିଯାନ” by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରକୃତ ଟିକେଟଧାରୀ ଯାତ୍ରୀ ମାନଙ୍କ ପାଇଁ ଆରାମ ଦାୟକ ଯାତ୍ରା ସୁନିଶ୍ଚିତ କରିବା ଉଦ୍ଧେଶ୍ୟରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଦ୍ୱାରା ପ୍ରକୃତ ଟିକେଟଧାରୀ ଯାତ୍ରୀମାନଙ୍କ ପାଇଁ ଆରାମ ଦାୟକ ଯାତ୍ରା ସୁନିଶ୍ଚିତ କରିବା ଉଦେଶ୍ୟରେ ଖୋର୍ଦ୍ଧା ରୋଡ଼ -ବାଲୁଗାଁ-ବ୍ରହ୍ମପୁର ସେକ୍ସନରେ ସ୍ଵତନ୍ତ୍ର ଟିକେଟ୍ ଯାଞ୍ଚ ଅଭିଯାନ କରଯାଇଥିଲା । ଏହି ସେକ୍ସନ ଦେଇ ଯାଉଥିବା ଟ୍ରେନଗୁଡ଼ିକୁ, ବାଣିଜ୍ୟି ଅଧିକାରୀ, ଟିକେଟ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବଳଙ୍କୁ ନେଇ ଗଠିତ ଏକ ଟିମ୍ ଦ୍ୱାରା ସମ୍ପୂର୍ଣ୍ଣ ଯାଞ୍ଚ କରଯାଇଛି । ଯାଞ୍ଚ ହୋଇଥିବା ଟ୍ରେନ୍ ଗୁଡିକ ହେଉଛି, ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ(ଟ୍ରେନ୍ ନମ୍ବର ୧୮୪୬୩), ହାଓଡ଼ା-ଏସଏମ୍ ଭିଟି ବାଙ୍ଗାଲୋର ସୁପରଫାଷ୍ଟ ଏକ୍ସପ୍ରେସ(ଟ୍ରେନ୍ ନମ୍ବର ୧୨୮୬୩), ହାଓଡ଼ା-ଚେନ୍ନାଇ ମେଲ୍(ଟ୍ରେନ୍ ନମ୍ବର ୧୨୮୩୯) ସିକନ୍ଦ୍ରାବାଦ-ହାଓଡ଼ା ଫଲକନୁମା ଏକ୍ସପ୍ରେସ(ଟ୍ରେନ୍ ନମ୍ବର ୧୨୭୦୪) ଏବଂ ଏସଏମଭିଟି ବାଙ୍ଗାଲୋର- ହାଓଡ଼ା ସୁପରଫାଷ୍ଟ ଏକ୍ସପ୍ରେସ(ଟ୍ରେନ୍ ନମ୍ବର ୧୨୮୬୪) ଇତ୍ୟାଦି । ଅନଧିକୃତ ଯାତ୍ରୀଙ୍କ ଯାତ୍ରାକୁ ରୋକିବା ପାଇଁ ଏହି ଟ୍ରେନ ଗୁଡ଼ିକର ପ୍ୟାଣ୍ଟ୍ରି କାର ସମେତ ସମସ୍ତ ବର୍ଗର କୋଚ୍ ଯାଞ୍ଚ କରାଯାଇଥିଲା । ଉପରୋକ୍ତ ଟିକେଟ୍ ଯାଞ୍ଚ ଅଭିଯାନ ସମୟରେ ୧୦୩ ଟି ବିନା ଟିକେଟ୍ ଯାତ୍ରୀ ଚିହ୍ନଟ ହେଇଥିଲେ ଏବଂ ଏହି ଯାତ୍ରୀ ମାନଙ୍କଠାରୁ ଭଡା ସହିତ ଜରିମାନା ଆକାରରେ ୩୭,୮୨୦/ଟଙ୍କା ସଂଗ୍ରହ କରାଯାଇଥିଲା । ଶ୍ରୀ ଅନୀଲ କୁମାର ଏସ୍,ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟି ପ୍ରବନ୍ଧକଙ୍କ ମାର୍ଗଦର୍ଶନରେ, କେବଳ ପ୍ରକୃତ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରୁଛନ୍ତି,ତାହା ନିଶ୍ଚିତ କରିବା ପାଇଁ,ମଣ୍ଡଳ ଦ୍ୱାରା ଏହି ପ୍ରକାରର ଟିକେଟ୍ ଯାଞ୍ଚ ଅଭିଯାନ ନିୟମିତ ଭାବରେ କରାଯାଉଛି । ତେଣୁ,ଯାତ୍ରା ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହେବା ପାଇଁ,ଉପଯୁକ୍ତ ଟିକେଟ୍/ପ୍ରାଧିକରଣ ସହିତ ଟ୍ରେନରେ ଯାତ୍ରା କରିବାପାଇଁ, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଯାତ୍ରୀମାନଙ୍କୁ ନମ୍ରତାର ସହିତ ଅନୁରୋଧ କରୁଛି I Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ by Proprietor Abhimanyu Maharana October 10, 2026 ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana October 10, 2026 କୁଇବାହାଲ ରେ ନୁଆଁଖାଇ ଭେଟ by Proprietor Abhimanyu Maharana October 10, 2026 ଆସୋଚାମର ଓ-ଲିଡ୍ସ ୨୦୨୬ ଅବସରରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ by Proprietor Abhimanyu Maharana October 10, 2026 ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration by Proprietor Abhimanyu Maharana October 10, 2026 ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026