ବିବାହ ଭୋଜିରେ ମାଂସ ବଣ୍ଟନକୁ ନେଇ ଗଣ୍ଡଗୋଳ : ଗାଡ଼ି ପୋଡିଦେଲେ, ଦୁଇ ଗିରଫ

ବେଲପଡା (ଓଡ଼ିଶା ତାଜା ନ୍ୟୁଜ୍)  :- ବିବାହ ଭୋଜିରେ ମାଂସ ବଣ୍ଟନକୁ ନେଇ ଗଣ୍ଡଗୋଳ ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଖଲିପଥର ଗାଁ ରେ Iଖଲିପଥର ଗାଁର ଦୟାନିଧି ମେହେର ଗାଁ ରେ ଚାଲିଥିବା ତାଙ୍କ ସମ୍ପର୍କୀୟ ବବଲୁ ମେହେରଙ୍କ ବିବାହ ଭୋଜିରେ ଯୋଗ ଦେଇଥିଲେ Iସେଠାରେ ଦୟାନିଧି ଙ୍କୁ ଭୋଜିରେ ମାଂସ ବଣ୍ଟନ ଦାୟିତ୍ୱ ଦିଆଯାଇଥିଲା I ଭୋଜି ଖାଇବା ସମୟରେ ଗାଁର ଆଦର୍ଶ ପଣ୍ଡା ଓ ଦୀପକ ବନଗୁଲା ଅଧିକ ମାଂସ ଦେବାକୁ ଦୟାନିଧିଙ୍କୁ କହିଥଲେ I

ଦୟାନିଧି ସମସ୍ତଙ୍କୁ ସମାନ ଭାବରେ ମାଂସ ବଣ୍ଟନ କରିବାକୁ କହିବାରୁ ସେମାନେ ଗାଳିଗୁଲଜ କରିବା ସହ ଦୟାନିଧିଙ୍କ କାର (ଓଡ଼ି ୩ କେ -୧୯୧୨)କୁ ପୋଡି ଦେଇଥିଲେ I ଏ ନେଇ ଦୟାନିଧି ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁକରି ଦୁଇ ଅଭିଯୁକ୍ତ ଆଦର୍ଶ ପଣ୍ଡା ଓ ଦୀପକ ବନଗୁଲା ଙ୍କୁ ଗିରଫ କରି ପାଟଣାଗଡ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି I

Exit mobile version