ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଯାତ୍ରା ପାଇଁ ମଙ୍ଗଳବାର ରାତିରେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ନିକଟରେ ଶୁଭଖୁଣ୍ଟି ସ୍ଥାପିତ ହୋଇଛି l ମା’ଙ୍କ ମୁଖ୍ୟମନ୍ଦିରରୁ ଶୁଭଖୁଣ୍ଟିକୁ ପୂଜାର୍ଜନା କରାଯାଇ ଅଣାଯିବା ପରେ ଆଧ୍ୟାତ୍ମିକମୟ ପରିବେଶ ମଧ୍ୟରେ ଓ ବିଶାଳ ପଟୁଆରରେ ଅସ୍ଥାୟୀ ମଣ୍ଡପ ନିକଟରେ ସ୍ଥାପନ କରାଯାଇଥିଲା l ଏହାସହ ଚଳିତବର୍ଷ ମା’ଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି। ଚଳିତବର୍ଷ ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଜୁନ ୨ରେ ଶେଷ ହେବ l ୨୮ ଦିନ ବ୍ୟାପୀ ମା’ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ।
