ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସମେତ ଆଖପାଖ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ ପ୍ରଥମ ସପ୍ତାହରୁ ହିଁ ସବୁଦିନର ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଫେବୃଆରୀ ମାସ ଶେଷ ସପ୍ତାହରୁ ତାପମାତ୍ରା ଅଚାନକ ବୃଦ୍ଧି ପାଇଥିବା ବେଳେ ମାର୍ଚ୍ଚ ମାସରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର, ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ଼ ସହର ତତଲା ତାୱାରେ ପରିଣତ ହେଲାଣି ।
