ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ସହରର ବିଭିନ୍ନ ସମସ୍ୟାକୁ ନେଇ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଓଡ଼ିଶା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରିଥିଲେ । ଅନୁଷ୍ଠାନର ଦାବି ମଧ୍ଯରେ ଜିଲ୍ଲା ଅଦାଲତ ସ୍ଥାନାନ୍ତରଣ ବନ୍ଦ କରିବା ,ବଡଦାଣ୍ଡରେ ଗାଡି ପାର୍କିଂ ବନ୍ଦ କରିବା, ବଡଦାଣ୍ଡରୁ ଆମିଷ ବିକ୍ରି ନିଷିଦ୍ଧ କରିବାକୁ କର୍ମକର୍ତ୍ତା ମାନେ ଦାବି କରିଛନ୍ତି । ସହର ବାସିନ୍ଦାଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ମଶା ତେଲ ମଶା ଧୂଆଁ ପ୍ରୟୋଗ କରିବା, ଅଠରନଳାର ସୌନ୍ଦର୍ଯ୍ୟକରଣ, ଗରୁଡଙ୍କ ଚାରିପଟୁ ଦଳ କାକାର୍ଯ୍ଯକାରୀଢିବା, ମୂଷାନଈ ରୁ ଦଳ ସଫା କରିବା ପାଇଁ ଅନୁଷ୍ଠାନ ଦାବି ଉଠାଇଛି ।
