ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ତରଫରୁ ରାଜ୍ୟ ର ପ୍ରତ୍ୟକ ଓକିଲ ସଂଘ ର ଦୃଷ୍ଟି ଆକର୍ଷଣ କରିବାକୁ ଏକ ଦାବିପତ୍ର ପୁରୀ ଜିଲ୍ଲା ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତିଙ୍କୁ ପ୍ରଦାନ କରିଛନ୍ତି । ଏହା ସହ ରାଜ୍ୟ ଓକିଲ ସଂଘକୁ ଏହି ଦାବିପତ୍ର ଦେବା ପାଇଁ ଅନୁରୋଧ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ଯ ଯେ ପୁରୀ ଜ଼ିଲ୍ଲା ପିପିଲି ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗ ବ୍ଲକର ରତନପୁର ନାବାଳକ ଆଶୀର୍ବାଦ ସାହୁ (୧୧) ଙ୍କ ସହ ତାର ପଡୋଶୀ ଦାଦା ପ୍ରଭାକର ସାହୁ ଓରଫ ବାପି ଅନୈତିକ ସମ୍ପର୍କ ରଖି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ସପକ୍ଷରେ ଓକିଲ ନଦେବା ପାଇଁ ଦଳ ନିବେଦନ କରିଛି ।
