ପ୍ରକଳ୍ପ ସ୍ତରୀୟ ପୋଷଣ ପାଖୱାଡ କାର୍ଯ୍ୟକ୍ରମ

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିରିଡି ସମନ୍ୟୁତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ମିଶନ ଶକ୍ତି ସଭା ଗୃହରେ ପ୍ରକଳ୍ପ ସ୍ତରୀୟ ପୋଷଣ ପଖୱାଡ ଅନୁଷ୍ଠିତ ହୋଇଯାଇଛି l ସିଡିପିଓ ସଲୀଳା ପ୍ରଧାନ ଙ୍କ ତତ୍ୱl ବଧାନରେ ଅନୁଷ୍ଠିତ କାର୍ଯ୍ୟ କ୍ରମରେ ବିଡ଼ିଓ ଆୟୁଷି ପତି, ସୁପର ଭାଇଜର ପ୍ରତିମା ସ୍ୱାଇଁ, ରିମା ପ୍ରଧାନ, ସୁକାନ୍ତି ବାଳା ପୃଷ୍ଟି, ପୋଷଣ ସଂଯୋଜକ ପ୍ରଦ୍ୟୁମ୍ନ ପାଣିଗ୍ରାହୀ, ମିଶନ ଶକ୍ତି ପ୍ରକଳ୍ପ ସଂଯୋଜିକା ନିବେଦିତା ଦାସ, ସାହସଂଯୋଜକ ଡମ୍ବରୁ ଧର ସାହୁ ପ୍ରମୁଖ ଯୋଗ ଦେଇଥିଲେ l

ବିଶେଷ କରି ବ୍ଲକର ସାତ ଗୋଟି ସେକ୍ଟର ର 35 ଜଣ ଅଙ୍ଗନବାଡି କର୍ମୀ ଯୋଗଦେଇଥିବା ବେଳେ 14 ଜଣ କିଶୋରୀ ବାଳିକା, ଗର୍ଭବତୀ ପ୍ରସୂତି,ଶିଶୁ ଯୋଗଦେଇଥିଲେ l ସେମାନେ କିପରି କୁପୋଷଣରୁ ରକ୍ଷା ପାଇବେ ଓ ସୁପୋଷଣ ଗ୍ରହଣ କରିବେ ସେମାନଙ୍କୁ ତନ୍ତୁ ଜାତୀୟ ଖାଦ୍ୟ,ସନ୍ତୁଳିତ ଆହାର, ସହ ପରିଷ୍କାର ପରିଚ୍ଛନତା ରେ ରହିବେ ସେ ସମ୍ୱନ୍ଧରେ ସମସ୍ତଙ୍କୁ ବୁଝା ଯାଇଥିଲା l କିଶୋରୀ ବାଳିକା ମାନଙ୍କ ମଧ୍ୟରେ କୁଇଜି ପ୍ରତିଯୋଗିତା କରାଯାଇ ସେମାନଙ୍କ ମଧ୍ୟରୁ 3ଜଣ ଓ 2ଜଣ ଅଙ୍ଗନବାଡି କର୍ମୀଙ୍କୁ ପୁରସ୍କୃତ କରାଯାଇଥିଲା l

Exit mobile version