Home ଓଡ଼ିଶା ୭ କୋଟି ଟଙ୍କାର ସମୁଦ୍ରକୂଳ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ବସ୍ତରୀୟ ସହର ହେବ ପୁରୀ ସହର । ସହର ଚାରିପଟେ ହେବ ରିଙ୍ଗ ରୋଡ । ଅଥଚ ସମୁଦ୍ରକୂଳ ଦିଗବାରେଣି ଠାରୁ ଷ୍ଟ୍ରଲିନ ପର୍ଯ୍ୟନ୍ତ ନିର୍ମିତ ହୋଇଥିବା ରାସ୍ତା ନିମ୍ନମାନର ବୋଲି ଅଭିଯୋଗ ହେଉଛି । କେଉଁଠି ପିଚୁ ଉଠି ଗଲାଣି ତ କେଉଁଠି ଫ୍ଲେବର ଇଟା ଫାଟି ଖାଲ ସୃଷ୍ଟି ହେଲାଣି । ଚଲାପଥରେ ପଡିଥିବା ଗ୍ରାନାଇଟ ପ୍ଲେଟ ଅତି ନିମ୍ନମାନର ହୋଇଥିବାରୁ କେତେକ ଯାଗାରେ ତାହା ଫାଟି ଦୁଇଖଣ୍ଡ ହୋଇ ଗଲାଣି । ଅଳ୍ପ ବର୍ଷା ହେଲେ ସେହି ପ୍ଲେଟ ଚିକଣିଆ ଯୋଗୁ ପର୍ଯ୍ୟଟକଙ୍କ ଗୋଡ ଖସି ଆହତ ହେଉଛନ୍ତି । ପ୍ରାୟ ୭ କୋଟି ଟଙ୍କାର ଟେଣ୍ଡର ହୋଇଥିବା ଏହି ରାସ୍ତାର ଗୁଣବତ୍ତା ଯାଞ୍ଚ ହେଉନଥିବା ଅଭିଯୋଗ ହେଉଛି । ପୂର୍ତ୍ତ ବିଭାଗରେ ଥିବା ପୂର୍ବ ଅଧିକାରୀ ଏ ସଂପର୍କରେ ଆଖି ମୁଜି ବିଲେଇ ଖୀର ପିଇବା ନ୍ଯାୟରେ ଏଠାରୁ ଖସି ଯାଇଥିବା ଶୁଣିବାକୁ ମିଳୁଛି । କାମ ସମୟରେ ପୂର୍ତ୍ତ ବିଭାଗର କ୍ବାଲିଟ କଣ୍ଟ୍ରୋଲ ୟୁନିଟ ଏହାର ଗୁଣବତ୍ତା ଯାଞ୍ଚ ନକରି ଠିକାଦାରଙ୍କୁ ବିଲ ପେମେଣ୍ଟ କରି ଦେଇଥିବା ଶୁଣିବାକୁ ମିଳୁଛି । ଲୋକଙ୍କ ଟିକସରେ ନିର୍ମିତ ଏହି ରାସ୍ତାରେ ଦୁର୍ନୀତିର ଦୁର୍ଗନ୍ଧ ରହିଥିବା ଆପର ଜିଲ୍ଲା ସଭାପତି ସଂଜୀବ କୁମାର ମହାନ୍ତି ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି । କାର୍ଯ୍ଯାଳୟରେ ଅଧିକାରୀ ପୁରୀରେ ଚାକିରି କରିଥିଲେ ମଧ୍ଯ ଅଧିକାଂଶ ସମୟ ଭୁବନେଶ୍ଵରରେ ରହୁଥିବା ଅଭିଯୋଗ କରିଛନ୍ତି । ଏହି ସମୁଦ୍ରକୂଳ ରାସ୍ତା ଦୁର୍ନୀତି ସଂପର୍କରେ ଭିଜିଲାନ୍ସ ବିଭାଗ, ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ପୂର୍ତ୍ତ ମନ୍ତ୍ରୀ, ପୂର୍ତ୍ତ ସଚିବ, ମୁଖ୍ଯ ଶାସନ ସଚିବ ଓ ମୁଖ୍ଯମନ୍ତ୍ରୀ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026