ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) ଢେଙ୍କାନାଳ :- ସରକାର ଜାଗା ମିଶନ୍ ଯୋଜନାରେ ଭୂମିହୀନ ମାନଙ୍କୁ ଜାଗା ପ୍ରମାଣପତ୍ର ଦେଇ ବସ୍ତି ବସାଇ ତାଙ୍କର ଉନ୍ନତିକରଣ ନିମନ୍ତେ ଗୋଷ୍ଠୀ କେନ୍ଦ୍ରମାନ ନିର୍ମାଣ କରୁଛନ୍ତି। ଏହାକୁ ନେଇ ସହରର ଚାରିଆଡେ ଜମି ମାଫିଆ ସକ୍ରିୟ ହୋଇ ଉଠିଛନ୍ତି। କିଛି ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଲୁଟୁଛନ୍ତି ଅସହାୟ ଗରିବ ଭୂମିହୀନ ଓ ଭୂସମ୍ପତ୍ତିକୁ। ଯେଉଁଠିକି, ପଚାଶ ବର୍ଷର ବାସିନ୍ଦା ଯୋଜନାରୁ ବଞ୍ଚିତ ରହୁଥିବା ବେଳେ ପାଞ୍ଚ ବର୍ଷର ବାସିନ୍ଦା ଚଞ୍ଚକତା କରି ଏହାର ସଫଳ ଫାଇଦା ଉଠାଉଛନ୍ତି ବୋଲି ଏଭଳି ସାଂଘାତିକ ଅଭିଯୋଗ ଆସୁଛି ନିକଟରେ ରାଜ୍ୟରେ ଏକ ନମ୍ବର ପୌରାଞ୍ଚଳ ଭାବେ ପୁରସ୍କୃତ ହୋଇଥିବା ଢେଙ୍କାନାଳ ଜିଲ୍ଲା ଏକ ନମ୍ବର ୱାର୍ଡରେ ।
ସୂଚନାଥାଉକି,ଗତ କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀ ଓ ଜମି ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସହରର ଏକ ନମ୍ବର ୱାର୍ଡ ଶ୍ୟାମାଚରଣପୁର ସ୍ଥିତ ସାଇ ମନ୍ଦିର ନିକଟ ସରକାରୀ ପ୍ଲଟ ନଂ୪୬ ଯେଉଁଠିକି, ଚାରିପଟେ ଦ୍ଵିତଳ କୋଠାମାନ ଥିବାବେଳେ ଏବଂ ସେଠାରେ କୌଣସି ବସ୍ତି ନଥାଇ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କାହା ସ୍ବାର୍ଥରେ ଖବର ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସଙ୍ଗେସଙ୍ଗେ କିଛି କର୍ମଚାରୀଙ୍କ ସମେତ ତହସିଲଦାର ସେଠାରେ ପହଞ୍ଚି ମାପଚୁପ ଜାରି ରଖିଥିଲେ ଏବଂ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ବନ୍ଦ ରହିଥିଲା।
କରୋନା ମହାମାରୀ ସମୟରେ ସରକାରଙ୍କ କଟକଣା ଜାରି ଥିବାବେଳେ ଅତି ବ୍ୟବହାର୍ଯ୍ୟ ଛଡା ଅନ୍ୟ କାର୍ଯ୍ୟ ଉପରେ ନିଷେଧାଦେଶ ରହିଛି। ତଥାପି ତାହାକୁ ଭୟ ନକରି ତା’ରି ଭିତରେ ନିର୍ମାଣ କାର୍ଯ୍ୟର ନିଅଖୋଳା ଥିବା ସ୍ଥଳେ ଅବିଳମ୍ବେ ଯଥାଶୀଘ୍ର ଗୋଷ୍ଠୀ କେନ୍ଦ୍ରର ଛାତ ପଡିଯାଇଛି।ଆଜି ଖବର ପାଇ ତହସିଲଦାର ସେଠାରେ ପହଞ୍ଚି ଗୋଷ୍ଠୀ କେନ୍ଦ୍ର ନିର୍ମାଣ କାର୍ଯ୍ୟ ବନ୍ଦ ରଖିଛନ୍ତି ଏବଂ ଉକ୍ତ ପ୍ଳଟର ସଠିକ୍ ମାପଚୁପ ପାଇଁ ନିର୍ଦ୍ଦେଶ ଥିବାବେଳେ ଏ ଗୋଷ୍ଠୀ କେନ୍ଦ୍ର ବିଷୟରେ ଜଣାନାହିଁ ବୋଲି ସୂଚନା ଦେଇଛନ୍ତି।
ବିପତ୍ତିବେଳେ ତରବରିଆ ଭାବେ ବସ୍ତି ନଥାଇ ପୌର ଅଧିକାରୀଙ୍କ ଅଧିନରେ ଗୋଷ୍ଠୀ କେନ୍ଦ୍ର କରିବା ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ଓ ଜନ ଅସନ୍ତୋଷ ଦେଖା ଦେଇଥିବାବେଳେ ଏଠାରେ ପଚାଶ ବର୍ଷର ବାସିନ୍ଦା ଯୋଜନାରେ ବଞ୍ଚିତ ରହୁଥିବା ସ୍ଥଳେ ପାଞ୍ଚ ବର୍ଷର ବାସିନ୍ଦା ପଟ୍ଟା ପାଇ ସଫଳ ଫାଇଦା ଉଠାଉଛନ୍ତି ବୋଲି ବୋଲି ଅଭିଯୋଗ କରିଛନ୍ତିି ସ୍ଥାନୀୟ ବାସିନ୍ଦା। (ରିପୋର୍ଟ ଅମର ରଞ୍ଜନ ଦାସ)
