ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଜଳେଶପଟ୍ଟା ପୋଲ ନିକଟରେ ରବିବାର ଭୋର୍ ୩ଟାରେ ଏକ ବଡ଼ଧରଣର ଡକାୟତି ହୋଇଥିଲା । ତେବେ ତୁମୁଡ଼ିବନ୍ଧ ପୁଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରି ୫ଜଣିଆ ଡକାୟତ ଗ୍ୟାଙ୍ଗ୍କୁ କାବୁ କରିବାରେ ସଫଳ ହୋଇଛି। ସେମାନେ ହେଲେ ସାରଙ୍ଗଗଡ଼ ଥାନା ଗଣ୍ଡ୍ରିଗାଁର ରଞ୍ଜନ ପ୍ରଧାନ (୨୫), ବାଲିଗୁଡ଼ା ନୂଆସାହିର ସୁଧାଂଶୁ ବାଗ୍ (୨୩), ପ୍ରତୀକ ହଂସ (୨୨), ସଂଗ୍ରାମ ପାତ୍ର (୨୧) ଏବଂ ବାରଖମା ନିକଟ ତଗାକିଆର ଗୌର ଗୌଡ଼ (୨୦)। ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବେଳେ ସେମାନଙ୍କଠୁ ଲୁଟ୍ ହୋଇଥିବା ୧ ଲକ୍ଷ ଟଙ୍କା ଓ ୨୧.୫ ଲକ୍ଷ ଟଙ୍କା ମୂଲ୍ୟର ଦାମିକା କ୍ରେଟା କାର୍ ଏବଂ ଗୋଟିଏ ବନ୍ଧୁକ, ଗୋଟିଏ ରାଇଫଲ୍, ଦୁଇଟି କାତି, ୫ଟି ମୋବାଇଲ୍ ଓ ୫ଟି କଳାମୁଖା ଜବତ ହୋଇଛି।
