ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ କାର୍ଯ୍ୟାଳୟର ସଭାଗୃହ ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ନିର୍ଦ୍ଦେଶରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାର, ଗୁଣପୁର ଉପ ଜିଲ୍ଲାପାଳ କିରନଦୀପ କୌର ସହତା, ଗୁଣପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ସିଡିଏମଓ ପ୍ରଫୁଲ୍ଲ କୁମାର ପାଢ଼ୀ,ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଯୋଗଦେଇ ଅଭିଯୋଗର ଶୁଣାଣୀ କରିଥିଲେ। ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନଙ୍କ ତତ୍ୱାବଧାନ ରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଆଜି ମୋଟ ୨୩ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୧୬ଟି ବ୍ୟକ୍ତିଗତ, ୦୬ଟି ସାମୁହିକ, ଗୋଟିଏ ସ୍ବାସ୍ଥ୍ୟଗତ ଦରଖାସ୍ତ ପଞ୍ଜିକରଣ ହୋଇଥିଲା ।
