Home ଓଡ଼ିଶା ସୋରିଷପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ହେଲା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅନୁପସ୍ଥିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁଣ୍ଠି ପଞ୍ଚାୟତ ଅଧିନ ରେ ଥିବା ସୋରିଷପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୂର୍ବତନ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ରାଉତ ଙ୍କୁ ବିଭାଗ ପକ୍ଷରୁ ପାରୀକ୍ଷିତି ସିଆରସିସି ଭାବେ ଗ୍ରହଣ କରିବା ପରେ ଏଠାରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀମତୀ ସୁଦୀପ୍ତି ଜେନା ଙ୍କୁ ଶିକ୍ଷା ବିଭାଗ ତରଫରୁ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାଇତ୍ୱ ନିର୍ବାହ କରିବା ପାଇଁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରୂପେ ଅବସ୍ଥାପିତ କରାଯାଇଛି। କିନ୍ତୁ ଏହି ଭାରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନା ଜଣଙ୍କ ପଦବୀର ଫାଇଦା ଉଠାଇ ନିଜ ଇଛା ମୁତାବକ ନିଜର ରିଙ୍ଗ ସେର୍ମନି ପାଇଁ ଘରକୁ ଯିବା ନିମନ୍ତେ ପାଞ୍ଚ ଦିନ ପାଇଁ ଛୁଟି ନେଇ ଯାଇଥିବା ବେଳେ ମାସେ ହେବାକୁ ବସିଲାଣି କିନ୍ତୁ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦେଖା ମିଳୁନି । ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିଲେ ହେଁ ଏଠି କିନ୍ତୁ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳୁଛି। ସେପଟେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନାଙ୍କ ଅନୁପସ୍ଥିତି କୁ ଘଣ୍ଟ ଘୋଡାଇବାକୁ ଯାଇ ସହକାରୀ ଶିକ୍ଷୟିତ୍ରୀ ନିଜେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଶିକ୍ଷକ ଉପସ୍ଥାନ ରେଜିଷ୍ଟରରେ ନକଲି ଦସ୍ତଖତ କରିଦେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଶିକ୍ଷୟିତ୍ରୀ ଜଣଙ୍କ ବିଦ୍ୟାଳୟରେ ଦୀର୍ଘଦିନ ହେଲା ଅନୁପସ୍ଥିତି ଥିବା ସତ୍ତ୍ୱେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜାଣି ପାରିଲେ ନାହିଁ କେମିତି ? ଜଣେ ଶିକ୍ଷୟିତ୍ରୀ ଶିକ୍ଷା ପ୍ରଦାନ କରିବା ପାଇଁ ମୋଟା ଅଙ୍କର ଦରମା ନେଇ ମଧ୍ୟ ଶିକ୍ଷା ପ୍ରଦାନ ରେ ଏହି ଭଳି ମାନସିକତା କାହିଁକି ? କାହା ସାହସରେ ପାଞ୍ଚ ଦିନ ପାଇଁ ଛୁଟି ନେଇ ଦୀର୍ଘ ଦିନ ଧରି ବିଦ୍ୟାଳୟରେ ଉପସ୍ଥିତ ହୋଇ ନାହାନ୍ତି । ଗୁଲୁଣ୍ଠି ପଞ୍ଚାୟତ ଅଧୀନରେ ଦାଇତ୍ୱ ରେ ଥିବା ସିଆରସିସି ବିଦ୍ୟାଳୟ କୁ ପରିଦର୍ଶନ ରେ ଯାଉ ନାହାଁନ୍ତି କି ? ଏହି ସମସ୍ତ ଘଟଣା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଘଟଣା ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକଙ୍କୁ ଦୃଷ୍ଟି ଆକର୍ଷଣ କରିବାରୁ ସେ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ବେଳେ ବିଦ୍ୟାଳୟରେ ଅନୁପସ୍ଥିତ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନାଙ୍କ ସହିତ ଯୋଗାଯୋଗ କରିବାରୁ ମୁଁ ମୋ ବାହାଘର ନିମନ୍ତେ ଘରକୁ ଆସିଛି ବୋଲି କହିବା ସହ ଏପ୍ରିଲ ମାସ ୧୮ ତାରିଖରେ ଶ୍ରୀମତୀ ଜେନା ଙ୍କ ବାହାଘର ଥିବା ବେଳେ ଏପ୍ରିଲ ଦୁଇ ତାରିଖ ଠାରୁ ସାତ ତାରିଖ ପର୍ଯ୍ୟନ୍ତ ରିଙ୍ଗ ସେର୍ମନି ନିମନ୍ତେ ଛୁଟିରେ ଯାଇଛି ବୋଲି କହିଥିଲେ।ବାହାଘର ରିସେସ୍ପନ ଥିବାରୁ ଚଳିତ ମାସ ୨୧ ତାରିଖ ଦିନ ବିଦ୍ୟାଳୟ ରେ ଅନୁପସ୍ଥିତ ଥିବା କହିଥିଲେ।ସେହିପରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଶିକ୍ଷୟିତ୍ରୀ ଜଣଙ୍କ ଯେଉଁ ଛୁଟି ନିମନ୍ତେ ଆବେଦନ ପତ୍ର ଦେଇଛନ୍ତି ସେଥିରେ ଏପ୍ରିଲ ମାସ ୦୨ ତାରିଖ ଠାରୁ ୦୭ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିବା ଦର୍ଶାଇଛନ୍ତି।କିନ୍ତୁ ସବୁଠାରୁ ବଡ଼ କଥା ହେଲା ଶିକ୍ଷକ ଉପସ୍ଥାନ ଖାତାରେ ଚଳିତ ମାସ ଦୁଇ ତାରିଖ ଠାରୁ ସାତ ତାରିଖ ପର୍ଯ୍ୟନ୍ତ ନକଲି ଦସ୍ତଖତ କରାଯାଇଛି ।ଯାହାକି ତାଙ୍କର ନିଜସ୍ୱ ଦସ୍ତଖତ ସହ ଚଳିତ ମାସ ର ଦସ୍ତଖତର ତାଳମେଳ ରହୁନି। ଅନ୍ୟପଟେ ଦେଖିବାକୁ ଗଲେ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଲା ଯେଉଁ ତାରିଖରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନା ଛୁଟିରେ ଅଛନ୍ତି ସେହି ତାରିଖରେ ତାଙ୍କରି ନକଲି ଦସ୍ତଖତ ଶିକ୍ଷକ ଉପସ୍ଥାନ ଖାତାରେ କରାଯାଇଛି।ସେହି ୧୮ ତାରିଖ ଦିନ ବାହାଘର ଥିବା ଶିକ୍ଷୟିତ୍ରୀ ଜଣଙ୍କ କହିଥିବା ବେଳେ ସେ ତାରିଖରେ କୌଣସି ଛୁଟି ଆବେଦନ କରି ନଥିବା ଜଣାପଡିଛି ।ଏବଂ ୨୧ ତାରିଖରେ ଗୋଟିଏ ଦିନ ଛୁଟି ନେଇଥିବା ବେଳେ ଯୋଗାଯୋଗ କରିବାରୁ ବାହାଘର ରିସେସ୍ପନ ରେ ଥିବା କହିଛନ୍ତି ।ତେବେ ଏହି ସମସ୍ତ ଘଟଣା କୁ ଦେଖିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନାଙ୍କ କାର୍ଯ୍ୟ ଦକ୍ଷତା ଉପରେ ସନ୍ଧେହ ସୃଷ୍ଟି କରିଛି । ଏହି ଘଟଣା ର ନିରପେକ୍ଷ ତଦନ୍ତ କରିବା ସହ ସୋରିଷପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । Categories: ଓଡ଼ିଶା, ରାୟଗଡା, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026