ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : “ଆମ ସହର” ମୋବାଇଲ ଆପ୍ ଏବଂ “ସ୍ୱଚ୍ଛ ସହର ଓଡିଶା” ୱେବ୍ ଆପର ଶୁଭାରମ୍ଭ ।

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) ଭୁବନେଶ୍ୱର :ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସହରାଂଚଳରେ ଉତମ ସେବା ଯୋଗାଇ ଦେବା ନିମନ୍ତେ “ଆମ ସହର” ମୋବାଇଲ ଆପ୍ ଏବଂ “ସ୍ୱଚ୍ଛ ସହର ଓଡିଶା” ୱେବ୍ ଆପର ଶୁଭାରମ୍ଭ କରିଛନ୍ତି ଆରମ୍ଭ ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିନ୍ତି ଯେ ପାରମ୍ପରିକ ପଦ୍ଧତି ଠାରୁ ଏ ବର୍ଷର ସ୍ୱାୟତ ଶାସନ ଦିବସ ପାଳନ ସମ୍ପୂର୍ଣ୍ଣ ଅଲଗା । ରାଜ୍ୟବାସୀ ଏକ କଠିନ ସମୟ ଦେଇ ଜୀବନ ଅତିବାହୀତ କରୁଥିଲେ ମଧ୍ୟ ପୌରପ୍ରଶାସନ ତାର ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରି ଜନସାଧାରଣଙ୍କୁ ସମସ୍ତ ସେବା ପ୍ରଦାନ କରି ଆସୁଅଛି ।

ମ୍ୟୁନିସପାଲିଟି ଓ ଏନ୍.ଏ.ସିରେ ବସ୍ତିମାନଙ୍କରେ ରହୁଥିବା ଜନସାଧାରଣଙ୍କୁ ପଟ୍ଟା ଦେବା ସହିତ ଏକ ସୁସ୍ଥ ପରିବେଶ ସୃଷ୍ଟି କରୁଅଛି । ଚଳିତ ବର୍ଷ ଓଡିଶା ସବୁଠାରୁ ଦ୍ରୃତ ରାଜ୍ୟ ଭାବେ ଭାରତ ସରକାରଙ୍କ ଦ୍ୱାରା ବିବେଚନା କରାଯିବା ମଧ୍ୟ ଆହୁରି ଏକ ଆନନ୍ଦର ବିଷୟ । ଆଗାମୀ ଦିନ ମାନଙ୍କରେ ସମସ୍ତ ପୌରାଚଂଳ ନିଜର କର୍ତବ୍ୟ ନିଷ୍ଠା ଓ ପରିଶ୍ରମ ବଳରେ ସର୍ବ ଭାରତୀୟ ସ୍ତରରେ ପୁରସ୍କାର ଅର୍ଜନ କରନ୍ତୁ , ଏହା ଆଜି ଦିନରେ ସମସ୍ତଙ୍କ ପାଇଁ ଆହ୍ୱାନ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ବିଗତ ଦିନ ମାନଙ୍କ ଠାରୁ ବର୍ତମାନ ବିଭାଗର କାର୍ଯ୍ୟଶୈଳୀ ରେ ଅନେକ ପରିବର୍ତନ ଆସିଛି । ଗୃହ ଓ ନଗରଉନ୍ନୟନ ବିଭାଗ, ପୌରପାଳିକା ମାନଙ୍କର ଦକ୍ଷତା ବୃଦ୍ଧି ସହିତ, ସହରର ପରିମଳ ବ୍ୟବସ୍ଥାର ସୁଧାର, ଗରିବ ଖଟିଖିଆ, ମଜୁରିଆଙ୍କ ଜୀବିକାର ବ୍ୟବସ୍ଥା , ସୁସ୍ଥ ପରିବେଶ ତଥା ପୌର ନିୟମାବଳୀରେ ସଂଶୋଧନ ଆଣି ପୌର ପ୍ରଶାସନକୁ ଲୋକାଭିମୁଖୀ କରିପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୫୦ ଟି ମାଇକ୍ରୋ କମ୍ପୋଷ୍ଟିଂ ସେଟଂର ଏବଂ ଶୁଖିଲା ବର୍ଜ୍ୟବସ୍ତୁ ପରିଟାଳନା ନିମନ୍ତେ ସ୍ଥାପିତ ୫୦ଟି ସାମଗ୍ରୀ ପୁନରୁଦ୍ଧାର ସୁବିଧାର ଶୁଭ ଉଦ୍ଘାଟନ କରିଥିଲେ । ୫୧ ଟି ସେପ୍ଟେଜ ଟ୍ରିଟମେଂଟ ପ୍ଲାଣ୍ଟର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପରିମଳ ସୁବିଧାର ସୁପରିଚାଳନା ନିମନ୍ତେ ଗୋଷ୍ଠୀଭିତିକ ସଂଗଠନ ଗୁଡିକୁ ନିୟୋଜିତ କରିବା କ୍ଷେତ୍ରରେ ରାଜ୍ୟର ନିରନ୍ତର ଉଦ୍ୟମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରାଉରକେଲା ମ୍ୟୁନିସପାଲ କର୍ପୋରେସନ, ଅନୁଗୋଳ, ବାଲେଶ୍ୱର ଏବଂ ଢେଙ୍କାନାଳ ମ୍ୟୁନିସପାଲିଟିର ମିଶନ ଶକ୍ତି ଗୋଷ୍ଠୀଙ୍କୁ ୪ଗୋଟି ସେପ୍ଟେଜ ଟ୍ରିଟମେଂଟ ପ୍ଲାଣ୍ଟର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ କରିଥିଲେ ।

ସ୍ୱଚ୍ଛ ସର୍ବେକ୍ଷଣ -୨୦୨୦ରେ ଶ୍ରେଷ୍ଠତା ପ୍ରଦର୍ଶନକାରୀ ପୋରସଂସ୍ଥା, ବ୍ରହ୍ମପୁର ମହାନଗର ନିଗମ, ପାରାଦୀପ,ଯୋଡା, ବଡବିଲ, ଢେଙ୍କାନାଳ, ରାଜଗାଙ୍ଗପୁର, ବ୍ୟାସନଗର, ଚୌଦ୍ୱାର ମ୍ୟୁନିସପାଲିଚି ଏବଂ କୋଟପାଡ ଏନ.ଏ.ସିକୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ । ପ୍ରାରମ୍ଭରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ସ୍ୱାଗତ ଭାଷଣ ପ୍ରଦାନ କରି ସ୍ୱାୟତ ଶାସନ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ପୌର ପ୍ରଶାସକ ସଂଗ୍ରାମଜିତ୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ

Exit mobile version