Home ଓଡ଼ିଶା ନିଆରା ପରମ୍ପରା ନିଆରା ପର୍ବ, ବିହନ ଛିନା ଯାତ୍ରା ବିଛୁବାହାଲି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବେଲପଡା, (ଓଡ଼ିଶା ତାଜା ନ୍ୟୁଜ୍) :- “ଦେବୀ ମାଆ ଧାନ ବାଣ୍ଟିଲେ ଲାଗେ ନାହିଁ ପୋକ “ବଲାଙ୍ଗୀର ଜିଲ୍ଲା ବେଲପଡା ଅନ୍ତର୍ଗତ ବିଛୁବାହାଲି ଗାଁରେ ମହାସମାରୋହରେ ପାଳିତ ହୋଇଯାଇଛି ବିହନ ଛିନା ଯାତ୍ରା I ସର୍ବ ପ୍ରଥମେ ମାଟିଦେବତା, ଗଙ୍ଗାଦିବୁଢ଼ୀ, ଦୁଆରସନୀ, ବୁଢ଼ୀ ମାଁଙ୍କୁ ପୂଜାର୍ଚ୍ଚନା କରି ଫୁଲପୁଷ୍ପ ଅର୍ପଣ କରାଗଲା I ଗାଁ ର ପ୍ରଜାମାନଙ୍କୁ ନେଇ ଗାଁର ପୂଜକ ଗୋନ୍ତିଆ ଅଇବଲ ମାଝୀ ଙ୍କ ନେତୃତ୍ୱରେ ଏହି ଉତ୍ସବ ପାଳିତ ହୋଇଯାଇଛି I ଝାଙ୍କର ଗୋପାଳ ମାଝୀ, ନରିଆ ଦଳ ଚନ୍ଦନ, ଶୁକ୍ରୁ ଚନ୍ଦନ ଏବଂ ଗାଁ କମିଟିର ସମ୍ପାଦକ ପିତାମ୍ବର ସେଠ ଓ ଗାଁର ଅନେକ ଭଦ୍ରବ୍ୟକ୍ତି ତଥା ମନମୋହନ ମାଝୀ, ତୁଲାରାମ ମାଝୀ, ଟଙ୍କଧର ମାଝୀ, ଦେବାର୍ଚ୍ଚନ ମାଝୀ, ନାରାୟଣ ମାଝୀ, ଅମର ମାଝୀ, ସାଧୁ ମାଝୀ, କୁବେର ମାଝୀ, ଧରମସିଂ ମାଝୀ, ନିରଞ୍ଜନ ମାଝୀ, ଗମ୍ଭୀର ମାଝୀ ସହଯୋଗ କରିଥିଲେ I ସେମାନଙ୍କ ବିଶ୍ୱାସ ଯେ, ଇଷ୍ଟଦେବୀ ଯେଉଁ ଧାନ ବିହନ ଦିଅନ୍ତି ସେଥିରେ ପୋକ ଲାଗେ ନାହିଁ I ଆଦିମ ଜନଜାତିଙ୍କ ଆଦି ପରମ୍ପରା ପାଇଁ ଉତ୍ସବ ମୁଖର ପରିବେଶ I ଏହି ଉତ୍ସବରେ ଗାଁର ତ୍ରିନାଥ ବାଗ, ବିଜେଶ୍ଵର ତାଣ୍ଡି, ମୁନି ବାଗ, କୃଷ୍ଣଚନ୍ଦ୍ର ବାଗ, ଭୁଜ ବାଗ, ପ୍ରମୁଖ ଉପସ୍ଥିତ ଥିଲେ Iତା’ ସହିତ ଗାଁ ର ଶତାଧିକ ଲୋକ ଉପସ୍ଥିତ ରହି ଗ୍ରାମର ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ ଅକ୍ଷୟ ମୁଠି ପ୍ରଦାନ କରାଗଲା I ଏମିତି ପାଳିତ ହୋଇଥାଏ ସେମାନଙ୍କ ଆଦି ପରମ୍ପରାର ମହାନ ପର୍ବ ବିହନ ଛିନା ଯାତ୍ରା I Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି by Proprietor Abhimanyu Maharana September 20, 2026 ଶିଶୁ ପ୍ରତିଭା ପୁରସ୍କାର ବିତରଣି ଉତ୍ସଵ by Proprietor Abhimanyu Maharana September 19, 2026 ଆକାଶବାଣୀ ଏଫ ଏମ ରେନଵୋ ଏବଂ ଭାରତ ମସଲା ପକ୍ଷରୁ ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana September 19, 2026 କୃତୀ ଶିକ୍ଷକ ଦିବଂଗତ କୈଳାଶ ଚନ୍ଦ୍ର ବେହେରାଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ by Proprietor Abhimanyu Maharana September 19, 2026 ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ବିଦ୍ୟାଳୟରେ ଚାଲିଛି ଶିକ୍ଷକଙ୍କ ମନଇଚ୍ଛା ରାଜୁତି by Proprietor Abhimanyu Maharana September 19, 2026