ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ସତ୍ୟନୀଷ୍ଠ, ନିର୍ଭୀକ, ସଚ୍ଚୋଟ ତଥା ଉତ୍ସର୍ଗୀକୃତ ସାମ୍ବାଦିକ ଭାବେ ସାରା ଓଡ଼ିଶାରେ ସୁପରିଚିତ ଦୁଇ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି ଏବଂ ଏସ୍.ଏ କଲିମଙ୍କ ବିୟୋଗରେ ସୋମବାର ଅପରାହ୍ନରେ ଲୋକସେବା ଭବନସ୍ଥିତ ପ୍ରେସ୍ ଲାଉଞ୍ଜ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ସ୍ୱର୍ଗତ ଦୁଇ ସାମ୍ବାଦିକଙ୍କର ସାମ୍ବାଦିକତା କ୍ଷେତ୍ର ପ୍ରତି ସେମାନଙ୍କର ଅବଦାନ ଉପରେ ଆଲୋକପାତ କରାଯିବା ସହ ସେମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହିତ ଶ୍ର୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
