Home ଓଡ଼ିଶା ନିକୋଲସ ଫରେଷ୍ଟ ଟ୍ରେନିଂ ସ୍କୁଲର ୩୭ ଜଣ ବନପାଳ ଭିତରକନିକା ରେ ପ୍ରଶିକ୍ଷଣ ନେଲେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଚମ୍ପୁଆର ନିକୋଲସ ଫରେଷ୍ଟ ଟ୍ରେନିଂ ସ୍କୁଲର ୩୭ ଜଣ ବନପାଳ ଭିତରକନିକା ଜାତୀୟ ଉଦ୍ୟାନରେ ପହଞ୍ଚି ଭିତରକନିକା ଜାତୀୟ ଉଦ୍ୟାନର ଲୁଣା ଜଙ୍ଗଲ, ଆଦ୍ରଭୂମୀ, ବିରଳ ଜୀବଜନ୍ତୁ ଓ ଜୈବ ବିବିଧତା ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି । ଭିତରକନିକା ଘଞ୍ଚ ଜଙ୍ଗଲ ଭିତରେ ଦୁଃସାହାସିକ ଯାତ୍ରା କରିବା ସମୟରେ କିଙ୍ଗ୍ କୋବ୍ରା ସହିତ ଅନ୍ୟାନ୍ୟ ସାପ, ହେଟାବାଘ, ଝିଙ୍କ ପକ୍ଷୀ, ଚିତାବିରାଡି, ହରିଣ, ବାରହା, ବଉଳା କୁମ୍ଭୀର, ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି । ଏଥିସହିତ ଭିତରକନିକା ଜାତୀୟ ଉଦ୍ୟାନ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଡଲ୍ଫିନ ଏବଂ ଅଲିଭରିଡଲେ କଇଁଛ ସମ୍ବନ୍ଧୀୟ ବହୁ ତଥ୍ୟ ସଂଗ୍ରହ କରିଛନ୍ତି I ଐତିହାସିକ ହୁକିଟୋଲା ଦ୍ବୀପ, କାଳିଙ୍ଗ ଜଡିଆ ଦ୍ବୀପ ସମେତ ଭିତରକନିକାର ବିରଳ ଲୁଣାବୃକ୍ଷ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିଛନ୍ତି । ଭାରତର ଦ୍ଵିତୀୟ ବୃହତ୍ତମ ଲୁଣା ଜଙ୍ଗଲର ବୈଶିଷ୍ଟ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପକୂଳବର୍ତ୍ତୀ ଧନଜୀବନ ସୁରକ୍ଷା କ୍ଷେତ୍ରରେ ଲୁଣା ଜଙ୍ଗଲର ଅମୂଲ୍ୟ ଅବଦାନ ସମ୍ପର୍କରେ ଅବଗତ ହୋଇଛନ୍ତି | ଏସିଏଫ ଗଗନ ବିହାରୀ ମଲ୍ଲିକ, ଗବେଷକ ପ୍ରସନ୍ନ କୁମାର ନାୟକ ପ୍ରମୁଖ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ବନପାଳ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l Categories: ଓଡ଼ିଶା, କେନ୍ଦ୍ରାପଡା, ହୋମ୍ Related Content ସିଂହଦ୍ୱାରରେ ଦେବୀସଭା ବିଦାୟ ନେଲେ ଗୋସାଣୀ by Proprietor Abhimanyu Maharana October 23, 2026 ଧର୍ମପ୍ରାଣା ମହିଳା ବିଦୁଲତା ମହାନ୍ତି ଙ୍କ ପରଲୋକ by Proprietor Abhimanyu Maharana October 23, 2026 କେ.ନୂଆଗାଁ ପୋଲିସର ସଫଳତା, ୯ ଜୁଆଡି ଗିରଫ : ଲକ୍ଷାଧିକ ଟଙ୍କା ଜବତ by Proprietor Abhimanyu Maharana October 23, 2026 ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ , ୭ଟି ସ୍ଥାନରେ ରେଡ୍ : ବିପୁଳ ପରିମାଣର ସମ୍ପତ୍ତି ଠାବ by Proprietor Abhimanyu Maharana October 23, 2026 ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ by Proprietor Abhimanyu Maharana October 23, 2026 ମୁକୁଳା ଡ୍ରେନ୍ ମରାମତି ସହିତ ସ୍ଲାବକଭର କାର୍ଯ୍ୟରେ ବ୍ୟତିକ୍ରମ କୁ ତଦାରଖ କରିବା ପାଇଁ ଦାବି by Proprietor Abhimanyu Maharana October 22, 2026