Home ଓଡ଼ିଶା ନିକୋଲସ ଫରେଷ୍ଟ ଟ୍ରେନିଂ ସ୍କୁଲର ୩୭ ଜଣ ବନପାଳ ଭିତରକନିକା ରେ ପ୍ରଶିକ୍ଷଣ ନେଲେ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଚମ୍ପୁଆର ନିକୋଲସ ଫରେଷ୍ଟ ଟ୍ରେନିଂ ସ୍କୁଲର ୩୭ ଜଣ ବନପାଳ ଭିତରକନିକା ଜାତୀୟ ଉଦ୍ୟାନରେ ପହଞ୍ଚି ଭିତରକନିକା ଜାତୀୟ ଉଦ୍ୟାନର ଲୁଣା ଜଙ୍ଗଲ, ଆଦ୍ରଭୂମୀ, ବିରଳ ଜୀବଜନ୍ତୁ ଓ ଜୈବ ବିବିଧତା ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି । ଭିତରକନିକା ଘଞ୍ଚ ଜଙ୍ଗଲ ଭିତରେ ଦୁଃସାହାସିକ ଯାତ୍ରା କରିବା ସମୟରେ କିଙ୍ଗ୍ କୋବ୍ରା ସହିତ ଅନ୍ୟାନ୍ୟ ସାପ, ହେଟାବାଘ, ଝିଙ୍କ ପକ୍ଷୀ, ଚିତାବିରାଡି, ହରିଣ, ବାରହା, ବଉଳା କୁମ୍ଭୀର, ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି । ଏଥିସହିତ ଭିତରକନିକା ଜାତୀୟ ଉଦ୍ୟାନ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଡଲ୍ଫିନ ଏବଂ ଅଲିଭରିଡଲେ କଇଁଛ ସମ୍ବନ୍ଧୀୟ ବହୁ ତଥ୍ୟ ସଂଗ୍ରହ କରିଛନ୍ତି I ଐତିହାସିକ ହୁକିଟୋଲା ଦ୍ବୀପ, କାଳିଙ୍ଗ ଜଡିଆ ଦ୍ବୀପ ସମେତ ଭିତରକନିକାର ବିରଳ ଲୁଣାବୃକ୍ଷ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିଛନ୍ତି । ଭାରତର ଦ୍ଵିତୀୟ ବୃହତ୍ତମ ଲୁଣା ଜଙ୍ଗଲର ବୈଶିଷ୍ଟ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପକୂଳବର୍ତ୍ତୀ ଧନଜୀବନ ସୁରକ୍ଷା କ୍ଷେତ୍ରରେ ଲୁଣା ଜଙ୍ଗଲର ଅମୂଲ୍ୟ ଅବଦାନ ସମ୍ପର୍କରେ ଅବଗତ ହୋଇଛନ୍ତି | ଏସିଏଫ ଗଗନ ବିହାରୀ ମଲ୍ଲିକ, ଗବେଷକ ପ୍ରସନ୍ନ କୁମାର ନାୟକ ପ୍ରମୁଖ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ବନପାଳ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l Categories: ଓଡ଼ିଶା, କେନ୍ଦ୍ରାପଡା, ହୋମ୍ Related Content ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି by Proprietor Abhimanyu Maharana August 1, 2026 Vedanta Aluminium-Supported Young Archer Wins 3 Gold; Qualifies for CBSE Nationals by Proprietor Abhimanyu Maharana August 1, 2026 ଇପାରି ଗୋବିନ୍ଦମ୍ ଜୁଏଲର୍ସର ନବୀକୃତ ଶୋ'ରୁମ୍ ଉଦଘାଟିତ by Proprietor Abhimanyu Maharana August 1, 2026 ଚଳିତ ବନ୍ୟାରେ ପୁରୀ ଜିଲ୍ଲା ୧୭୨୨୧ ପ୍ରଭାବିତ by Proprietor Abhimanyu Maharana August 1, 2026 ଖୋ ଖୋ ବୈଷୟିକ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana August 1, 2026 ମହିଳା ମାନେ କେବଳ ଲାଭାର୍ଥୀ ନୁହେଁ ବିକାଶ ପ୍ରକ୍ରିୟା ର କର୍ଣ୍ଣଧାର ହୁଅନ୍ତୁ : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା by Proprietor Abhimanyu Maharana August 1, 2026