ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୦୮-୧୦ ବ୍ୟାଚ୍ ଛାତ୍ରଚାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଏମ୍କେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ ପୁରାତନ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକସ୍ଥିତ ମା’ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏମ୍କେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ ସଭାରେ ୨୦୦୮-୧୦ ବ୍ୟାଚ୍ର ଛାତ୍ର ସଂସଦ ସଭାପତି ତଥା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ସାହୁ ବିଶ୍ୱବିଦ୍ୟାଳୟ ପରିସରକୁ ଅଧିକ ସବୁଜ ଓ ସୁନ୍ଦର କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
