Home ଓଡ଼ିଶା ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ତରଫରୁ ନୂତନ ଅଧିକାର ମିତ୍ରଙ୍କୁ ନେଇ ତାଲିମ୍ ଶିବିର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଜିଲ୍ଲା କୋର୍ଟ ପରିସର ସମ୍ମିଳନୀ କକ୍ଷରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଅଧିକାର ମିତ୍ରମାନଙ୍କୁ ନେଇ ଏକ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଏଡିଜେ କମ୍ ସ୍ପେଶିଆଲ କୋର୍ଟ ପୋକ୍ସୋ ମାନସ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ସ୍ୱାଗତ ଭାଷଣ ଦେଇଥିଲେ ସଚିବ ଅଞ୍ଜଳି ମଛଖଣ୍ଡ । ଶ୍ରୀମତୀ ମଛଖଣ୍ଡ ଏହି ତାଲିମ୍ ଶିବିରର ଲକ୍ଷ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିବା ବେଳେ ଶ୍ରୀଯୁକ୍ତ ପଣ୍ଡା ପୋକ୍ସୋ ଆକ୍ଟ କ’ଣ ଏବଂ ପିଡିତା କିପରି ତା’ର ନ୍ୟାୟ ପାଇପାରିବ ସେ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ । ମୁଖ୍ୟଅତିଥି ଜିଲ୍ଲା ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣା ଜଣେ ଅଧିକାର ମିତ୍ରର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ବୁଝାଇବାକୁ ଯାଇ କହିଥିଲେ ଆଇନ୍ସେବା ତଥା ଜନସାଧାରଣଙ୍କ ମଧ୍ୟରେ ବିଶେଷ ଭାବରେ ବଞ୍ଚିତ ସମ୍ପ୍ରଦାୟ ମଧ୍ୟରେ ଏକ ସେତୁ ଭାବରେ କାମ କରିବାକୁ ପରାମର୍ଶ ଦେଇଥିଲେ । ଅଧିକାର ମିତ୍ର ଆଇନ୍ ସେବାରେ ଆଇନ୍ ସଚେତନତା ପରାମର୍ଶ, ସହାୟତା ପ୍ରଦାନ ଏବଂ ଲୋକମାନଙ୍କୁ ସେମାନଙ୍କର ଆଇନ୍ଗତ ଅଧିକାର ଓ ଦାୟିତ୍ୱକୁ ବୁଝାଇବାରେ ସହାଯ୍ୟ କରିବାକୁ ପରାମର୍ଶ ଦେବା ସହ ସରଳ ବିବାଦର ସମାଧାନ କରିବାରେ ସାହାଯ୍ୟ କରିବାକୁ ମତବ୍ୟକ୍ତ କରିଥିଲେ । ଅନ୍ୟତମ ତାଲମ୍ଦାତା ଭାବରେ ମହିଳା କୋର୍ଟ ଜଜ୍ ସ୍ୱୟଂପ୍ରଭା ଆଚାର୍ଯ୍ୟ, ପରିବାର କୋର୍ଟ ଜଜ୍ ସୁବ୍ରତ କୁମାର ପଟ୍ଟନାୟକ, ଏସ୍ଡିଜେଏମ୍ ସମାପିକା ସମଦର୍ଶିନୀ ଏବଂ ରେଜିଷ୍ଟାର ସୋନାଲି ସରିତା ପ୍ରମୁଖ ଶିବିରରେ ଯୋଗଦେଇଥିବା ଶିବିରାର୍ଥୀମାନଙ୍କୁ ତାଲିମ୍ ପ୍ରଦାନ କରିଥିବା ବେଳେ ଉପସ୍ଥିତ ଥିଲେ ଜେଏମ୍ଏଫ୍ସି ଲଳିତା ପାତ୍ର, ଜେଏମ୍ଏଫ୍ସି ସମ୍ବୃଦ୍ଧି ବାରିକ, ଜେଏମ୍ଏଫ୍ସି ସୁଶ୍ରିତା ମିଶ୍ର । ଶେଷରେ ସଚିବ ଶ୍ରୀମତୀ ମଛଖଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026