Home ଓଡ଼ିଶା ଦିଲ୍ଲୀ ହାଉଜଖାସ ମନ୍ଦିରରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଆୟୋଜନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୁଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :- ନୁଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ମହାସମାରୋହରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ରର ଶୁଭାରମ୍ଭ ହୋଇଛି । ଏପ୍ରିଲ ୧୮ ତାରିଖ ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ଏହି ପବିତ୍ର ପାର୍ବଣ ଉପଲକ୍ଷେ ଉତ୍ସବସ୍ଥଳ ମନ୍ଦିରର ବେସମେଣ୍ଟକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖାଯାଇଥିଲା । ପ୍ରଖ୍ଯାତ ଆଧ୍ୟାତ୍ମିକ ପ୍ରବଚକ ବାବା ସତ୍ୟାନନ୍ଦ ଦାସ ମହାରାଜ ଏହି ପଞ୍ଚରାତ୍ରରେ ସ୍କନ୍ଦପୁରାଣକୁ ଆଧାର କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସଂସ୍କୃତି, ଦର୍ଶନ, ମହିମା ଏବଂ ଅଲୌକିକ ଲୀଳା ସମ୍ପର୍କରେ ବହୁ ସାରଗର୍ଭକ ତଥ୍ୟ ଉପରେ ଆଲୋକପାତ କରିବେ ବୋଲି ଜଣାଯାଇଛି । ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବାସଙ୍ଘର ଆନୁକୁଲ୍ୟରେ ଆୟୋଜିତ ଏହି ଧାର୍ମିକ ଅନୁଷ୍ଠାନକୁ ସୁରଖୁରରେ ସମ୍ପନ୍ନ କରାଯିବାରେ ସଙ୍ଘର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ରବୀନ୍ଦ୍ରନାଥ ପ୍ରଧାନ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି । ପଞ୍ଚରାତ୍ରର ପ୍ରଥମ ଦିବସରେ ସ୍ଥାନୀୟ ବିଧାୟକ ସତୀଶ ଉପାଧ୍ୟାୟ ଏବଂ ଦ୍ଵିତୀୟ ଦିବସରେ କସ୍ତୁରବା ନଗରର ବିଧାୟକ ନୀରଜ ବସୋୟା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବରେ ଏହି ପ୍ରବଚନ ପର୍ଯ୍ୟାୟକୁ ଉଦଘାଟନ କରିଥିଲେ । ଉଭୟ ସନ୍ଧ୍ୟାରେ ଉପସ୍ଥିତ ଥିବା ଅନ୍ୟ ସମ୍ମାନିତ ଅତିଥିବୃନ୍ଦଙ୍କ ମଧ୍ୟରେ ବେଙ୍ଗାଲୁରୁ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଶ୍ଵବିଦ୍ୟାଳୟର କୁଳାଧିପତି ଡ଼ଃ ଏଚ୍. ଆର. ନଗେନ୍ଦ୍ର, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ଉଦୟ ଇଣ୍ଡିଆ ଗ୍ରୁପର ସମ୍ପାଦକ ଦୀପକ ରଥ ଓ ପଣ୍ଡିତ ଅଶୋକ ଆଚାର୍ଯ୍ୟ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ପ୍ରଥମ, ଦ୍ଵିତୀୟ ଓ ତୃତୀୟ ରାତ୍ରରେ ବାବା ସତ୍ୟାନନ୍ଦ ଦାସ ମହାରାଜ ତାଙ୍କର ପ୍ରବଚନରେ ବେଦବ୍ୟାସଙ୍କ ଦ୍ୱାରା ରଚିତ ସ୍କନ୍ଦପୁରାଣକୁ ଉଦ୍ଧାର କରି ପୁରୁଷୋତ୍ତମ କ୍ଷେତ୍ରର ମହାତ୍ମ୍ୟ, ଶ୍ରୀଜଗନ୍ନାଥଙ୍କର ଦାରୁ କଳେବର ଧାରଣର ରହସ୍ୟ, ମାଳବ ଦେଶର ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ବ୍ରହ୍ମ ଜିଜ୍ଞାସା ଏବଂ ଚତୁର୍ଦ୍ଧାମୂର୍ତ୍ତି ନୀଳାଚଳ ଧାମରେ ବିରାଜମାନ କରୁଥିବାର ସୂଚନା ଜଟିଳ ସନ୍ୟାସୀ ବେଶରେ ଇନ୍ଦ୍ରଦ୍ୟୁମ୍ନଙ୍କୁ ପ୍ରଦାନ କରିବା ଆଦି ଉପାଖ୍ୟାନଗୁଡ଼ିକୁ ବେଶ ପ୍ରାଞ୍ଜଳ ଏବଂ ନିଖୁଣ ଭାବରେ ବର୍ଣ୍ଣନା କରିଥିଲେ । ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର କୁଳ ପୁରୋହିତ ବିଦ୍ୟାପତିଙ୍କର ନୀଳାଚଳ ଆଗମନ, ବିଶ୍ଵାବସୁଙ୍କ ସହିତ ମିତ୍ରତା ସ୍ଥାପନ ଏବଂ ନୀଳ ମାଧବଙ୍କର ଦିବ୍ୟ ଦର୍ଶନ ସାରି ମହାପ୍ରଭୁଙ୍କର ଆଜ୍ଞାମାଳକୁ ଧାରଣ କରି ମାଳବକୁ ପ୍ରତ୍ୟାବର୍ତ୍ତନ ଆଦି ଘଟଣାବଳୀର ଉପସ୍ଥାପନା ଅତ୍ୟନ୍ତ ଭାବୋଦ୍ଦୀପକ ଥିଲା । ପରେପରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଉତ୍କଳ ପ୍ରାନ୍ତରେ ପଦାର୍ପଣ କରି ସହସ୍ର ଅଶ୍ଵମେଧ ଯଜ୍ଞ ସମାପନ କରିବା ପରେ ଭଗବାନ ଦାରୁବ୍ରହ୍ମଙ୍କର ଆବିର୍ଭାବ ଘଟିବାର ବିଷୟବସ୍ତୁକୁ ଶତାଧିକ ଭକ୍ତଙ୍କର ସମ୍ମୁଖରେ ବାବା ସତ୍ୟାନନ୍ଦ ଖୁବ ସରଳ ଓ ସୁନ୍ଦର ଭାବରେ ବ୍ୟାଖ୍ୟାନ କରିଥିଲେ । ଶ୍ରୀ ଜଗନ୍ନାଥ ପଞ୍ଚରାତ୍ରକୁ ସଫଳତାର ସହିତ ଆୟୋଜନ କରିବାରେ ଅଶୋକ ପ୍ରଧାନ, ବାଳକୃଷ୍ଣ ପଣ୍ଡା, ନିର୍ମଳ ଧଳ, ଗୋବର୍ଦ୍ଧନ ଧଳ, ବିଭୁ ସାହୁ, ମନ୍ଦିରର ପରିଚାଳକ ରଶ୍ମୀ ରଞ୍ଜନ ବେହେରା ଏବଂ ସହ ପରିଚାଳକ ଶଶିକାନ୍ତ ସାହୁ ପ୍ରମୁଖ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ । ବିଭିନ୍ନ ରାତ୍ରରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରଫେସର ସତ୍ୟ ଦାଶ, ଲକ୍ଷ୍ମୀନାରାୟଣ ବେବର୍ତ୍ତା, ଅସିତ କର, ପ୍ରିୟତମା କର, ଚକ୍ରପାଣି ପରିଡ଼ା, ଅର୍ଚ୍ଚନା ପରିଡ଼ା, ବିପିନ ଦଳେଇ, ସଞ୍ଜୟ ମିଶ୍ର ଏବଂ ପ୍ରସନ୍ନ ପରିଡ଼ା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ସହରରେ ଘର ଭାଙ୍ଗି ଚୋରି ମାମଲାର ଅଭିଯୁକ୍ତ ଗିରଫ, ୨ଟି ମୋବାଇଲ ଓ ଚୋରି ମୋଟରସାଇକେଲ ଉଦ୍ଧାର by Proprietor Abhimanyu Maharana September 13, 2026 ପଞ୍ଚମା ସ୍ଥିତ ସିଦ୍ଧ ବିନାୟକ ଙ୍କ ପୀଠରେ "ଶ୍ରୀ ବିନାୟକ ପର୍ବ" ପୂଜା ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 13, 2026 ଗୋସାଇଁନୂଆଗାଁ ନେହୁର ନଗର ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 12, 2026