ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟପାଳ ଙ୍କ ପୁରୀ ଜିଲ୍ଲା ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା ସମୟରେ ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ସିଭିଲ ସୋସାଇଟିର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ।ସାମାଜିକ ଅନୁଷ୍ଠାନ ଦି ବେଲ ର ଅଧ୍ୟକ୍ଷ ତଥା ପୁରୀ ଜିଲ୍ଲା ଦିବ୍ୟାଙ୍ଗ ସଂଘର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ,ପିଙ୍ଗଳାକ୍ଷୀ ପବ୍ଲିକ ୱ୍ବେଲଫେୟାର ଅର୍ଗାଜାଇସେନର ସମ୍ପାଦକ ଗଗନ ବିହାରୀ ଦାସ ଓ ପିପୁଲସ ଫୋରମର ପ୍ରୋଗ୍ରାମ ଡାଇରେକ୍ଟର ଅଶୋକ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ ରାଜ୍ୟପାଳ ଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।
