ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ଆଜି ପୂର୍ବାହ୍ନରେ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲାର ସ୍ଥିତି ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିଛନ୍ତି।ସରକାର ଓ ପ୍ରଶାସନ ସାଧାରଣ ଲୋକ ମାନଙ୍କ ମୌଳିକ ଆବଶ୍ୟକତା ପୂରଣ ସହ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ରେ ଯୋଗ୍ୟତା ଅନୁସାରେ ସେମାନଙ୍କୁ ସାମିଲ କରିବା ଉଚିତ ବୋଲି ରାଜ୍ୟପାଳ କହିଥିଲେ।ଲୋକ ପ୍ରତିନିଧିମାନଙ୍କୁ ଏ ସମସ୍ତ କାର୍ଯ୍ୟ ରେ ସାମିଲ କରାଯିବା ସହ ଏହି ସବୁ କାର୍ଯ୍ୟ ର ସମୀକ୍ଷା ଲୋକ ପ୍ରତିନିଧି ମାନେ କରିବା ଆବଶ୍ୟକ।
