ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମର ପ୍ରଥମ ଖଣ୍ଡି ଗୋପୀନାଥ ମନ୍ଦିର ନିକଟସ୍ଥ ବିଶିଷ୍ଟ ପଣ୍ଡିତ ସ୍ବର୍ଗତ ମହେଶ୍ବର ଦାଶଙ୍କ ଦଶାହ ଦିନ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ମୃତ୍ଯୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ତାଙ୍କ ପିତା ସ୍ବର୍ଗତ ପଣ୍ଡିତ ଚିନ୍ତାମଣି ଦାଶ ଓ ମାତା ସୋରୀ ଦେବୀଙ୍କ ପାଞ୍ଚ ପୁତ୍ର ମଧ୍ଯରୁ ଅନ୍ୟତମ ପୁତ୍ର ଥିଲେ ।ସଂସ୍କୃତ ବିଦ୍ବାନ, ମିଷ୍ଟଭାଷୀ, ଧର୍ମପରାୟଣ ଓ ମେଳାପି ବ୍ଯକ୍ତି ଭାବେ ପୁରୀଜିଲ୍ଲାରେ ପରିଚିତ ଥିଲେ । ଛାତ୍ରବତ୍ସଳ ସଂସ୍କୃତ ଶିକ୍ଷକ ଭାବେ ଅସ୍ତରଙ୍ଗ ପାଟଳଦା ହାଇସ୍କୁଲରେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିଲେ ।
ଚାକିରି ଆରମ୍ଭରୁ ସେହି ବିଦ୍ୟାଳୟରେ ଶିକ୍ଷାଦାନ କରି ସେହି ଅଞ୍ଚଳରେ ଲୋକପ୍ରିୟ ପଣ୍ଡିତ ସାର ଭାବେ ଅଞ୍ଚଳରରେ ବେଶ ପରିଚିତ ଥିଲେ । ସରଳତା, ସ୍ନେହ, ଶ୍ରଦ୍ଧା, ପ୍ରେରଣା ଓ ଦିଗଦର୍ଶନ ଗମ୍ଭୀର ହୃଦୟ ଆମ୍ଭ ଜୀବନରେ ପାଥେୟ ହେଉ ବୋଲି ସ୍ମୃତିଚାରଣ ସଭାରେ ଅତିଥି ମାନେ ଆଲୋକପାତ କରିଥିଲେ । ସେ ବାର୍ଦ୍ଧକ୍ଯ ଜନିତ ଅସୁସ୍ଥତା ହେତୁ ଭୁବନେଶ୍ବର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ପରଲୋକ ଗମନ କରିଥିଲେ । ଯେଉଁ ମାଟିରେ ଜନ୍ମ ଗ୍ରହଣ କରିଥିଲେ ସେଇ ମାଟିର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ଦୁଇପୁତ୍ର ସିଦ୍ଧାର୍ଥ ଓ ଶ୍ରୀପତି ମୁଖାଗ୍ନି ଦେଇଥିଲେ ।
