Home ଓଡ଼ିଶା ଇଣ୍ଡିଆନ ବ୍ୟାଙ୍କ ଏସ ଏଚ ଜି ମାଧ୍ୟମରେ ଜାରି ରଖିବ ମହିଳା ସଶକ୍ତିକରଣ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସ୍ବପ୍ନକୁ ସଫଳ କରାଇବା ପାଇଁ ମହିଳା ସଶକ୍ତିକରଣ ଏବେ ଦେଶରେ ଆଗକୁ ବଢୁଛି । ଦେଶରେ ଏବେ ଦେଢ଼ କୋଟିରୁ ଅଧିକ ମହିଳା ଏସ ଏଚ ଜି ଜରିଆରେ ସଶକ୍ତ ହୋଇପାରିଛନ୍ତି । ଇଣ୍ଡିଆନ ବ୍ୟାଙ୍କ ଓଡିଶା ଏ ଦିଗରେ କାର୍ଯ୍ୟ କରି ଓଡିଶାରେ ମହିଳା ସଶକ୍ତିକରଣକୁ ବାସ୍ତବ ରୂପ ଦେଇଛି । ଏହି ଅବସରରେ ଇଣ୍ଡିଆନ ବ୍ୟାଙ୍କ ୫୦୯ କୋଟି ଟଙ୍କା ମହିଳା ଏସ ଏଚ ଜି ଙ୍କ ପାଇଁ ମଞ୍ଜୁରୀ ଦେଇଛି । ଭୁବନେଶ୍ୱର ରେଳ ପ୍ରେକ୍ଷାଳୟ ରେ ଆୟୋଜିତ ଏ ସମ୍ପର୍କିତ ଋଣ ଶିବିରକୁ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ସଚିବ ଏମ ନାଗରାଜୁ ଅନୁଷ୍ଠାନିକ ଉଦଘାଟନ କରିଥିବା ବେଳେ ଇଣ୍ଡିଆନ ବ୍ୟାଙ୍କର ପରିଚାଳନା ନିର୍ଦେଶକ ବିନୋଦ କୁମାର ଶିବିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ଏସ ଏଚ ଜି ମହିଳା ଗ୍ରୁପ ଗୁଡିକ ସେମାନଙ୍କ ସଫଳତା ବଖାଣିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026 ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା by Proprietor Abhimanyu Maharana September 20, 2026 ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 20, 2026 ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି by Proprietor Abhimanyu Maharana September 20, 2026