ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ୟୁନିଟ-୯ :- ବିଶ୍ବ ଲିଭର ଦିବସ ଅବସରରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ତରଫରୁ ୟୁନିଟ-୯, ମଧୁସୂଦନ ମାର୍ଗର ମହାବୁଦ୍ଧ ସୋସାଇଟି ଅଫ୍ ଇଣ୍ଡିଆ ଠାରେ ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ଆଲୋଚନା ସଭା ଆୟୋଜିତ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଟାଇମ୍ସ ଅଫ୍ ଇଣ୍ଡିଆ ପୂର୍ବତନ ଓଡ଼ିଶା ବ୍ୟୁରୋ ଚିଫ୍ ଡ଼ଃ ରାଜରାମ ସତପଥୀ ,ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ମେଡ଼ିକାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର, ମାଣିପାଲ ହସ୍ପିଟାଲର ବରିଷ୍ଠ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପ ବେହେରା, ଡାକ୍ତର ଜ୍ଞାନ ରଞ୍ଜନ ରାଉତ,ଜିଆଇ ଓ ଏଚପିବି ସର୍ଜନ ଡାକ୍ତର ଜ୍ୟୋତିର୍ମୟ ଜେନା ଉପସ୍ଥିତ ଉପସ୍ଥିତ ଥିଲେ ।
