ସାଧୁ ସନ୍ଥ ସମ୍ମିଳନୀ ଓ ମାଳିକା ଭକ୍ତ ଙ୍କ ସମାବେଶ

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :-  ସତ୍ୟ ଭଞ୍ଜ ଚ୍ୟାନେଲ ଆନୁକୂଲ୍ୟରେ ଶନିବାର ଜଗନ୍ନାଥ ସଂସ୍କୃତି, ସନାତନ ଧର୍ମ ଓ ପଞ୍ଚସଖା ମାଳିକାର ନବ ଜାଗରଣ ନିମନ୍ତେ ରାଷ୍ଟ୍ରୀୟ ସାଧୁ ସନ୍ଥ ଓ ମାଳିକା ଭକ୍ତଙ୍କ ସମ୍ମିଳନୀ ହାଜିପୁର ଜେନେସିସ ନର୍ସିଙ୍ଗ କଲେଜେ ପଡିଆରେ ଅନୁଷ୍ଠିତ ହୋଇଯାଇଛି l ଇଂ ତୋଫାନ କୁମାର ଜେନା ଙ୍କ ସଭା ପତିତ୍ୱ ରେ ଅନୁଷ୍ଠିତ ଆଧ୍ୟାତ୍ମିକ ସଭାକୁ ପୁରୀ ଜଗନ୍ନାଥ ଧାମର ମହାନାୟକ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ l

ତାଙ୍କ ସହ ଧ୍ୟାନକୁଦ ପୀଠର ପିଠାଧୀସ ବାବା ଅରକ୍ଷିତ ଦାସ ମହାରାଜ, ଦିବ୍ୟସିଂହ ହରିଚନ୍ଦନ, ଅଭିରାମ ସରସ୍ବତୀ, ପଣ୍ଡିତ ନୀଳକଣ୍ଠ ମିଶ୍ର, ବାଇଆ ବାବା, ଶିଶୁ ଅନନ୍ତ ପୀଠର ତନୟା ଦାସ ଗୋସ୍ୱାମୀ, କାନ୍ହା ବାବା, ବାଦଲ ମିଶ୍ର, ନିର ବାବା,ପୁଲିନ ବିହାରୀ ପଣ୍ଡା,ଆଦିତ୍ୟ ବାବା, ବଂଶୀଧର ବାବା ପ୍ରମୁଖ ବହୁ ସାଧୁ ସନ୍ଥ ଯୋଗଦେଇଥିଲେ l

ଅତିତିଥି ମାନଙ୍କ ପରିଚୟ ଦେଇଥିଲେ ନିକୁଞ୍ଜ ବିହାରୀ ଭଞ୍ଜ l ଅନୁଷ୍ଠାନର ପ୍ରତିଷ୍ଠାତା ସତ୍ୟ ରଞ୍ଜନ ଭଞ୍ଜ କହିଲେ ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଜଗନାଥ ସଂସ୍କୃତି, ସନାତନ ଧର୍ମ ଓ ପଞ୍ଚସଖା ମାଳିକା ପରମ୍ପରାକୁ ବଳିଷ୍ଠ କରିବା l ଉପସ୍ଥିତ ମାଳିକା ଗବେଷକ ମାନେ କହିଲେ ମାଳିକା ହେଉଛି ଚିର ସତ୍ୟ l

ଏଥିରେ ମହାପୁରୁଷ ମାନେ ଲେଖିଥିବା ଭୁତ ଭବିଷ୍ୟ ବାଣୀ ଆଜିସମାଜରେ ଅକ୍ଷରେ ଅକ୍ଷରେ ସତ୍ୟ ହୋଇଛି l ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରବିବାର ଶେଷ ହେବ ବୋଲି ଚ୍ୟାନେଲ ର ମୁଖ୍ୟ ଭଞ୍ଜ କହିଛନ୍ତି l କାର୍ଯ୍ୟକ୍ରମ ରେ ଶତାଧିକ ଭକ୍ତ ଓ ସାଧୁ ସନ୍ଥ ଯୋଗଦେଇଥିଲେ l ସତ୍ୟ ଭଞ୍ଜ ଟିମର କାର୍ଯ୍ୟ କର୍ତ୍ତା ମାନେ ସହଯୋଗ କରିଥିଲେ l

Exit mobile version