Home ଓଡ଼ିଶା ଅଡାଳିଆ ଭାଗବତ ମେଳଣ ଯାତ୍ରା ଆରମ୍ଭ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ବ୍ଲକ ଆମରଣ ପଞ୍ଚାୟତ ଅଡାଳିଆ ଗ୍ରାମର ଭାଗବତ ବାସୁଦେବଙ୍କ ବାର୍ଷିକ ମେଳଣ ଯାତ୍ରା ମହୋତ୍ସବ ବେଲ ଦେବୀଙ୍କ ପୀଠରେ ଶନିବାର ଦିନ ଠାରୁ ଆରମ୍ଭ ହୋଇଛି । ରବିବାର ରାତିରେ ଅପେରା ପରିବେଷଣ କରାଯିବ । ଏହି ଉପଲକ୍ଷେ ୫୨ ମଣ୍ଡଳ ସଂକୀର୍ତ୍ତନ ଗୋଷ୍ଠୀଙ୍କ ପକ୍ଷରୁ ଓଡ଼ିଶୀ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଅଡାଳିଆ, ନଖରା, ଯୋହଳ, ନୂଆପାଟଣା , ଜୟପୁର, ଗୋହଳ, ଆଦି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଓଡ଼ିଶୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଏହି ଉପଲକ୍ଷେ ଅଡାଳିଆ ଗ୍ରାମ ବାସୀଙ୍କ ପଖ୍ୟରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଆମଣ ସରପଞ୍ଚ ମାନସୀ ପୃଷ୍ଟି, ସମିତି ସଭ୍ୟ ରାଜକିଶୋର ପଟ୍ଟନାୟକ , ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, ପୂର୍ବତନ ସରପଂଚ ତଥା ନୂଆଗଡ ଗ୍ରାମର ମୁରବୀ ପିତବାସ ମହାପାତ୍ର, ପୂର୍ବତନ ସରପଞ୍ଚ ପ୍ରମୋଦ ମହାପାତ୍ର, ପାଇକସାହି ଗ୍ରାମ୍ୟ ସଭାପତି ଦିଲିପ ସ୍ୱାଇଁ, ପୂର୍ବତନ ସରପଂଚ ବଂଶୀଧର ଭୋଳ, ପୂର୍ବତନ ସରପଂଚ ତଥା ନଖରା ଗ୍ରାମ କମିଟିର ପୂର୍ବତନ ସଭାପତି ନଳିନ କୁମାର ସ୍ୱାଇଁ, ନୂଆ କାଚରାମାଳ ଗ୍ରାମ କମିଟିର ସଭାପତି ଗୁଣନିଧି ପଟ୍ଟନାୟକ, କଟକ ନଗର ବିଜେପି ଉପସଭାପତି ସ୍ୱାଧୀନଚେତା ମହାନ୍ତି, ସଇଁନ୍ଧା -ନଛିପୁର ଆଞ୍ଚଳିକ ଗଜଲକ୍ଷ୍ମୀ ପୂଜା ଶାନ୍ତି କମିଟିର ସଂପାଦକ ଜ୍ୟୋତିର୍ମୟୀ ବେଉରା , ରାମନଗର ଗ୍ରାମ୍ୟ କମିଟିର ସଭାପତି ପ୍ରକାଶ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଅଡାଳିଆ ଗ୍ରାମବାସୀଙ୍କ ପକ୍ଷରୁ ନିମନ୍ତ୍ରିତ ଅତିଥି ମାନଙ୍କ ପୁଷ୍ପଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଡାଳିଆ ଗ୍ରାମର ସମସ୍ତ ଯୁବକ, ଗ୍ରାମବାସୀ ଶୃଙ୍ଖଳିତ ଭାବେ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ବନ୍ୟା ପରିସ୍ଥିତି ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ : ବିଜେଡି by Proprietor Abhimanyu Maharana July 29, 2026 ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ଷ୍କମ ଉଦ୍ୟମ ସହ ସୁନା କାନଫୁଲ ଚୋରୀ ଅଭିଯୋଗ, ଯୁବକ ଗିରଫ by Proprietor Abhimanyu Maharana July 29, 2026 ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା by Proprietor Abhimanyu Maharana July 29, 2026 ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟସରକାର by Proprietor Abhimanyu Maharana July 29, 2026 ୧୧୯ ଦିନରେ ପହଞ୍ଚିଲା ନୀରବ ସତ୍ୟାଗ୍ରହ ପଦଯାତ୍ରା : ପତିତପାବନ ଯାତ୍ରା ପରେ ନୀଳକନ୍ଦରରେ ଶ୍ରୀଜୀଉଙ୍କ ଦର୍ଶନ, ଆଜିଠାରୁ ନୀଳାଚଳ ଅବଢ଼ା ମହାପ୍ରସାଦ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଅବ୍ୟାହତ ପ୍ରାର୍ଥନା by Proprietor Abhimanyu Maharana July 29, 2026 ନୀଳକନ୍ଦରରେ ନିଳାଦ୍ରିନାଥ ଭକ୍ତ ପାଇଲେ ନୀଳାଚଳ ଅବଢା by Proprietor Abhimanyu Maharana July 29, 2026