ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଳକ କୁଜେନ୍ଦ୍ରିଠାରେ ଜିଲା ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ସରକାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ନାୟକଙ୍କ ନାଁରେ ଅନିୟମିତତା ଅଭିଯୋଗ ଆସିଛି। ଏ ନେଇ ଅଞ୍ଚଳବାସୀ ଗୁରୁବାର ଜିଲା ମଙ୍ଗଳ ଅଧୂକାରୀ ଅସୀମା ରାଓଙ୍କୁ ଭେଟି ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ପ୍ରଧାନ ଶିକ୍ଷକ ନାୟକଙ୍କ ବଦଳି କରିବା ତଥା ପୂର୍ବରୁ ସେଠାକାର ମାଟ୍ରନ୍ଙ୍କୁ କରାଯାଇଥୁବା ବଦଳି ଆଦେଶକୁ ବାତିଲ ନ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଅଭିଭାବକମାନେ ଦାବି କରିଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଦଳି ହୋଇଥିବା ମାଟ୍ରନ୍ଙ୍କ ଦ୍ବାରା ପରିଚାଳିତ ହେଉଥିଲେ।
ତତ୍ସହ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରି ମାଟ୍ରିକ୍ ସ୍କଲାରଶିପ୍ ଅର୍ଥରାଶି ମଧ୍ୟ ହଡ଼ପ କରିଥିବା ପ୍ରଧାନ ଶିକ୍ଷକଙ୍କ ନାଁରେ ଅନିୟମିତତା ଅଭିଯୋଗ ହୋଇଛି ସେହିପରି ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ବଦଳି କରିବା ସହ ମାଟ୍ରନ୍ଙ୍କ ବଦଳି ବାତିଲ ନ କରିବାକୁ ଦାବି ହୋଇଛି। ଟଙ୍କା ହେରଫେର କରିଥିବା ନେଇ ମଧ୍ଯ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ସରକାରୀ ନିୟମ ଅନୁସାରେ ବାଳିକା ହଷ୍ଟେଲ ରେ ବାଳିକାଙ୍କ ଗହଣରେ ଜଣେ ମହିଳା କର୍ମଚାରୀ ଦାଇତ୍ୱ ରେ ରହିବା ସହ ପୁରୁଷ କର୍ମଚାରୀ ମାନଙ୍କୁ ପ୍ରବେଶ ଉପରେ କଟକଣା ରହିଥିବା ସତ୍ତ୍ୱେ ପ୍ରଧାନଶିକ୍ଷକ ସରକାରୀ ନିୟମ ଉଲଂଘନ କରି ନି ନିଜର ଜନ୍ମଦିନ ପାଳିବ ବା ଚର୍ଚ୍ଚାର ବିଷ ୟ ହୋଇଛି।
