ପ୍ରଥମ ଅଭିଭାବକ, ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ବୈଠକ

ବେଲପଡା  (ଓଡ଼ିଶା ତାଜା ନ୍ୟୁଜ୍)  :-  ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅଧୀନ ବିଛୁବାହାଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି Iବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଘନଶ୍ୟାମ ବେହେରା ସଭାପତିତ୍ଵ କରିଥିଲେ Iଏହି ବୈଠକ ରେ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟ ପୁସ୍ତକ ପ୍ରଦାନ, ମୁଖ୍ୟମନ୍ତ୍ରୀଙ୍କ ପୋଷଣ ଯୋଜନା,

ଅଧାରୁ ପାଠ ଛାଡ଼ିଥିବା, ଆଦୌ ନାମ ଲେଖାଇନଥିବା ଛାତ୍ରଛାତ୍ରୀ, ପିଲାଙ୍କ ଶିକ୍ଷଣ ଅଭିବୃଦ୍ଧି ନିମନ୍ତେ ଗ୍ରୀଷ୍ମ ଅବକାଶ ରେ ଗୃହକାର୍ଯ୍ୟ, ଆଂଶୁଘାତ ଉପରେ ଆଲୋକପାତ ହୋଇଥିଲା Iଏସଏମସି ସଭାପତି ଭୋଦେବ ମହାନନ୍ଦ ଓ ସହକାରୀ ଶିକ୍ଷକ ଜ୍ୟୋତିର୍ମୟ ନାଗ ମଞ୍ଚ ପରିଚାଳନା କରିଥିଲେ I

ଏସଏମସି ସଦସ୍ୟ ସୁଧୀର ବାଗ, ତୁଲାରାମ ମାଝୀ, କୈଳାସ ପୁଟେଲ ଓ ସ୍ଥାନୀୟ ଅଙ୍ଗନବାଡି କର୍ମୀ ପ୍ରଭାସିନୀ ସେଠ,ସ୍କୁଲ ର ଶିକ୍ଷୟିତ୍ରୀ ଗୋଦାବରୀ ମାଝୀ, ମଧୁମିତା ବାବୁ, ସଂଯୁକ୍ତା କିଷାନ ସହଯୋଗ କରିଥିଲେ I ଏବଂ ଗ୍ରାମର ଅଭିଭାବକ, ଅଭିଭାବିକା ସହିତ ଏସଏଚଜି ମାଁ ଲଷ୍ମୀନାରାୟଣୀ ଗ୍ରୁପର ବଦନ୍ତି ମାଝୀ,

ସୁଜାତା ମାଝୀ, ପଦ୍ମିନୀ ମାଝୀ, ପ୍ରେମଶିଲା ମାଝୀ, ଅଏଁଲେ ମାଝୀ, କମଲେ ମାଝୀ, ପଦ୍ମାବତୀ ମାଝୀ, ତରୁଣୀ ମାଝୀ, ପଦ୍ମା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ Iଶେଷରେ ଶ୍ରୀଯୁକ୍ତ ନାଗ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ I

Exit mobile version