ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ । ଓଡ଼ିଶାର ଆରାଧ୍ୟ ଦେବତା ଏବଂ ସବୁ ଓଡ଼ିଆଙ୍କ ମଉଡମଣି ଜଗନ୍ନାଥଙ୍କ ଚିନ୍ତା ଓ ଚେତନା ଆନ୍ତର୍ଜାତୀୟ ସ୍ତରରେ ସମସ୍ତଙ୍କୁ ଅନୁପ୍ରାଣିତ କରିଆସୁଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାରେ, ମୁଖ୍ୟ ମାର୍ଗଦର୍ଶକ ଛତିଶା ନିଯୋଗ ନାୟକ ଶ୍ରୀଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର, ଶ୍ରୀ ମଧୁସୂଦନ ସିଂହାରୀ, ଶ୍ରୀ ନୀଳମଣି ଗୁରୁ ଓ ଶ୍ରୀଜଗନ୍ନାଥ ସେବା ଓ ସମ୍ମାନ ଟ୍ରଷ୍ଟର ମୁଖ୍ୟ ସଚିବ ଶ୍ରୀ ଦିଗନ୍ତ ଦେଙ୍କ ଦିଗଦର୍ଶନରେ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ତୃତୀୟ ଅନ୍ତର୍ଜାତୀୟ ଜୟ ଶ୍ରୀଜଗନ୍ନାଥ ଦିବସ ପୁରୀସ୍ଥିତ ଟାଉନହଲରେ ପାଳିତ ହୋଇ ଯାଇଛି ।
ଏହା ଦୃଢ଼ ସତ୍ୟ ଯେ ମହାପ୍ରଭୁ ଜଗନ୍ନାଥ ମା ମହାଲକ୍ଷ୍ମୀଙ୍କର ବିନା ଅସମ୍ପୂର୍ଣ୍ଣ ଏବଂ ଆମେମାନେ ଶ୍ରୀଜଗନ୍ନାଥଙ୍କ ବିନା ଅସମ୍ପୂର୍ଣ୍ଣ । ପ୍ରଭୁ ଜଗନ୍ନାଥଙ୍କୁ ସାଧାରଣ ଭାବେ ଆମ୍ଭେମାନେ “ଜୟ ଜଗନ୍ନାଥ” ବୋଲି କହିଥାଉ ମାତ୍ର “ଜୟ ଜଗନ୍ନାଥ” ବଦଳରେ “ଜୟ ଶ୍ରୀଜଗନ୍ନାଥ” କହିବା ପାଇଁ ସମସ୍ତଙ୍କୁ ପ୍ରବର୍ତ୍ତାଇବା ଉଦେଶ୍ୟରେ ଏହି “ଜୟ ଶ୍ରୀଜଗନ୍ନାଥ” ଦିବସର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ଜଗନ୍ନାଥ ପ୍ରେମୀ ତଥା ଭକ୍ତ ବୃନ୍ଦ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ କୁ ଶ୍ରୀ ସଦାଶିବ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ, ଡ଼କ୍ଟର ସ୍ୱାଗତିକା ମହାନ୍ତି ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀ ସଦାଶିବ ବିଶ୍ୱବିଦ୍ୟାଳୟର ଡ଼କ୍ଟର ଚକ୍ରଧର କର ବେଦପାଠ କରିଥିଲେ ଏବଂ ଶ୍ରୀଯୁକ୍ତ ସୌମେନ୍ଦ୍ର ମୁଦଲି, ପଣ୍ଡିତ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ମହାପାତ୍ର, ଶ୍ରୀଯୁକ୍ତ ନୀଳମଣି ଗୁରୁ, ଶ୍ରୀଯୁକ୍ତ ପ୍ରଦୀପ ତ୍ରିପାଠୀ, ଶ୍ରୀଯୁକ୍ତ ସମରେନ୍ଦ୍ର ରାଉତ ଓ ଶ୍ରୀଯୁକ୍ତ ଗୌର ମହାପାତ୍ର ପ୍ରମୂଖ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ମୁଦଲି ସେବାୟତର ଉପଦେଷ୍ଟା ଶ୍ରୀଯୁକ୍ତ ସୌମେନ୍ଦ୍ର ମୁଦଲି, ପାଇକ ନିଯୋଗର ସମ୍ପାଦକ ନୀଳମଣି ଗୁରୁ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ହରିହର ହୋତା, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ବେଦାନ୍ତ ବିଭାଗର ପୂର୍ବତନ ମୁଖ୍ୟ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ମହାପାତ୍ର,
