ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା। ଏବେ ଚାରିଆଡ଼େ ଜଙ୍ଗଲ ଏକ ପ୍ରକାର ବିପଦରେ ପଡ଼ିଥିବାବେଳେ ବନାଞ୍ଚଳର କର୍ମଚାରୀ ନୀରବଦ୍ରଷ୍ଟା ସାଜିଛନ୍ତି। ଜଙ୍ଗଲ ଆଉ ପାହାଡ଼ ଲଣ୍ଡା ହେବାରେ ଲାଗିଛି। ବଡ଼ବଡ଼ ଶାଳ ଗଛ କାଟି ଏକ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଥିପାଇଁ ଠିକାସଂସ୍ଥା ଆଉ ବନ ବିଭାଗ ଜଙ୍ଗଲକୁ ସଫା କରିବା ପାଇଁ ସରକାରଙ୍କ ସବୁ ନିୟମକୁ ଫୁ କରିଦେଇଛନ୍ତି l ପ୍ରକାଶ ଯେ, ଉକ୍ତ ବନାଞ୍ଚଳ କିରିକୁଟି ପଞ୍ଚାୟତର ବୁରାଙ୍ଗିଆକୁ ସଂଯୋଗ କରିବା ପାଇଁ ବୁଡ଼ାଗୁଡ଼ା ଠାରୁ ବୁରାଙ୍ଗିଆକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଉଛି।

