Home ଓଡ଼ିଶା ଗାଜଲବାଡ଼ି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗାଜଲବାଡ଼ି ଘାଟିରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ୬୦ ଫୁଟ ତଳକୁ ଖସିଲା ବୋଲେରୋ ପିକଅପ୍ ଭ୍ୟାନ । ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ । ତେବେ ପିକଅପ୍ ଭ୍ୟାନଟି ଛତିଶଗଡରୁ ବ୍ରହ୍ମପୁର ଅଭିମୁଖେ ଗାଜଲବାଡ଼ି ଘାଟି ରାସ୍ତା ଦେଇ ଯାଉଥିବା ବେଳେ ଏହି ଘଟଣା ଘଟିଛି । ସୂଚନା ମୁତାବକ, ଶୁକ୍ରବାର ସକାଳ ସାଢେ଼ ୯ ଟା ସମୟରେ ଏକ ଭ୍ୟାନ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଗାଜଲବାଡ଼ି ଘାଟିରେ ବୁଲାଣି ସମୟରେ ୬୦ ଫୁଟ ତଳକୁ ଖସି ଯାଇଥିଲା ପିକଅପ୍ ଭ୍ୟାନ । ଫଳରେ ଉକ୍ତ ଗାଡ଼ି ସହ ଚାଳକ ଖାଲକୁ ଖସି ଯାଇଥିଲେ। ଉକ୍ତ ଘଟଣା ସମ୍ପର୍କରେ ସୋରଡ଼ା ଅଗ୍ନିଶମ ବିଭାଗ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ । ୬୦ ଫୁଟ ଖାଲ ତଳକୁ ଯାଇ କଟର ମେସିନ ସାହାଯ୍ୟରେ ଗାଡ଼ିକୁ କାଟି ବାହାର କରିଥିଲେ ଚାଳକଙ୍କୁ । ତେବେ ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ୧ ଘଣ୍ଟାର ପରିଶ୍ରମ ପରେ ନୂଆଁ ଜୀବନ ପାଇ ଉଦ୍ଧାର ହୋଇଥିଲେ ଗାଡ଼ି ଚାଳକ । ଚାଳକ ପାଇଁ ଭଗବାନ ସାଜି ଥିଲେ ଅଗ୍ନିଶମ କର୍ମଚାରୀ । ଗାଡ଼ି ଚାଳକ ଉଦ୍ଧାର ହେବା ପରେ ସଙ୍ଗେ ସଙ୍ଗେ ମେଡ଼ିକାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଇଛି। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026