ସୁସ୍ଥ ସମାଜ ଗଠନରେ କ୍ରୀଡା ର ଭୂମିକା ଗୁରୁତ୍ଵପୂର୍ଣ୍ଣ : ଦଶପଲ୍ଲା ବିଧାୟକ

ନୂଆଗାଁ  (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ନୂଆଗାଁ ସଦରମହକୁମାରେ ଥିବା ନୂଆଗାଁ ଫ୍ରେଣ୍ଡସ କ୍ଲବ୍ ଆନୁକୂଲ୍ୟରେ ଆଜି ଠାରୁ ନୂଆଗାଁ ପ୍ରିମିୟର ଲିଗର ୫ମ ସଂସ୍କରଣ ୨୦୨୫ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ବାବା ବିରୁପାଖେଶ୍ୱର ମନ୍ଦିରରେ ପୂଜା ଅର୍ଚ୍ଚନା କରାଯାଇ ୪ଟି ଦଳର ମାଲିକ ଓ ସମସ୍ତ ଖେଳାଳି ବାଜା,ବାଣ ଫୁଟାଇ ଏକ ବାଇକ୍ ଶୋଭଯାତ୍ରାରେ ବାହାରି ନୂଆଗାଁ ବଜାର ପରିକ୍ରମା କରି ନୂଆଗାଁ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ପହଞ୍ଚି ଥିଲେ।

ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କ୍ରୀଡ଼ା ପ୍ରତିଯୋଗିତାକୁ ଉଦଘାଟନ କରିବା ସହ କ୍ରୀଡ଼ା ସମସ୍ତ ଙ୍କ ପାଇଁ ନିତ୍ୟାନ୍ତ ଜରୁରୀ ଏବଂ କ୍ରୀଡ଼ା ଦ୍ୱାରା ଜଣେ ଯୁବକ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ସୁସ୍ଥ ସମାଜ ଗଠନରେ କ୍ରୀଡା ର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଶଙ୍କର୍ଷଣ ବେହେରା,ପ୍ରକାଶ କୁମାର ନାୟକ,ମାଇଛେଳି ସରପଞ୍ଚଙ୍କ ପ୍ରତିନିଧି ଦାଶରଥି ପ୍ରଧାନ,

ସାମ୍ବାଦିକ ଶିବଦତ୍ତ ପାତ୍ର,ହୃଦାନନ୍ଦ ଶାସମଲ ,ମାନସ ତ୍ରିପାଠୀ,ଦିଲ୍ଲୀପ କୁମାର ଜାନି,ରଶ୍ମିରଞ୍ଜନ ପରିଡା,ସୁବ୍ରତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଉଦଘାଟନି ମ୍ୟାଚରେ ପଞ୍ଚସଖା କୃଷକ କ୍ଲବ ସହିତ ପ୍ରଧାନ ସାନିଟାରୀ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଙ୍ଗ କରି ପଞ୍ଚସଖା କୃଷକ କ୍ଲବ ୧୫ ଓଭରରେ ୬ ୱାଇକେଟ ହରାଇ ୧୩୬ ରନ କରିଥିବା ବେଳେ

ଏହାର ଜବାବରେ ପ୍ରଧାନ ସାନିଟାରୀ ନିର୍ଧାରିତ ୧୫ ଓଭରରେ ୧୨୦ ରନ ସଂଗ୍ରହ କରି ମ୍ୟାଚ ପରାଜିତ ହୋଇଥିଲା । ଏହା ଚଳିତ ମାସ ତା ୧୮ ରୁ ମେ ୪ ତାରିଖ ପର୍ଯ୍ୟନ୍ତ ଖେଳ ଅନୁଷ୍ଠିତ ହେବ। ଆଜିର ଖେଳକୁ ଉମାକାନ୍ତ ପ୍ରଧାନ ଓ ଜିତେନ୍ଦ୍ର ଜୟ ସିଂ ପରିଚାଳନା କରିଥିବା ବେଳେ ଏଫିସିସି ସମ୍ପାଦକ ଅଶୋକ କୁମାର ନାୟକ ସମେତ ସମସ୍ତ ଖେଳାଳି ଏହାକୁ ସହଯୋଗ କରିଥିଲେ।

Exit mobile version