Home ଓଡ଼ିଶା ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍ – ସୁନା ଓ ହୀରା ଅଳଙ୍କାର ଗଢା ମଜୁରୀ ଉପରେ ଫ୍ଲାଟ୍ ୫୦% ରିହାତି ମିଳୁଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହି ସେଲ ରେ ସୁନା ଓ ହୀରା ଅଳଙ୍କାର ଗଢା ମଜୁରୀ ଉପରେ ଫ୍ଲାଟ ୫୦ ପ୍ରତିଶତ ରିହାତି ଏବଂ ହୀରା ଉପରେ ମାଗଣା ବୀମା ପ୍ରଦାନ କରୁଛି । ଗ୍ରହକମାନେ ଏଥିରେ ସାମିଲ ହେବା ସହିତ ଉଲ୍ଲେଖନୀୟ ସଞ୍ଚୟ ଉପଭୋଗ କରିବା ନିମନ୍ତେ ଏହି ଅନନ୍ୟ ସପିଂ ଉତ୍ସବରେ ଯୋଗଦେବାକୁ ସମସ୍ତଙ୍କୁ ସାଦର ଆମନ୍ତ୍ରଣ କରାଯାଉଛି । ଏଥିସହିତ ଖିମଜୀ ଜୁଏଲର୍ସ ଏହାର ବହୁମୂଲ୍ୟ ଗ୍ରାହକଙ୍କ ନିମନ୍ତେ ବହୁବିଧ ଆକର୍ଷଣୀୟ ଫାଇଦା ଯୋଗାଇ ଦେଉଛି । ଏହି ସ୍ୱତନ୍ତ୍ର ଅଫର ଖିମଜୀ ଜୁଏଲର୍ସର ଭୁବନେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, ଝାରସୁଗୁଡା ଏବଂ ରାଉରକେଲା ଆଦି ସହରରେ ଥିବା ଷ୍ଟୋରଗୁଡିକରେ ଉପଲବ୍ଧ ହେଉଛି, ଯାହା ଗ୍ରାହକଙ୍କୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମନଲୋଭା ଗହଣା କ୍ରୟ କରିବାର ସୁଯୋଗ ପ୍ରଦାନ କରୁଛି । ୮୯ ବର୍ଷର ପରମ୍ପରା ଥିବା ଏବଂ ଓଡ଼ିଶାର ସର୍ବାଧିକ ବିଶ୍ୱସନୀୟ ଜୁଏଲର ବ୍ରାଣ୍ଡ୍ ଭାବରେ ଖିମଜୀ ଜୁଏଲର୍ସ ତାହାର ଆକର୍ଷଣୀୟ ଡିଜାଇନ ନିମନ୍ତେ ସୁପରିଚିତ ଯାହାକୁ ପିଢି ପରେ ପିଢି ଅତି ନିଖୁଣ ଭାବରେ ପ୍ରସ୍ତୁତ କରାଯାଇଆସୁଛି । ତାହା ଝଲମଲ କରୁଥିବା ହୀରାର ହାର, ମନଲୋଭା ସୁନା ଚୁଡି ଅଥବା ନିଖୁଣ ଭାବରେ ଡିଜାଇନ କରାଯାଇଥିବା ବ୍ରାଇଡାଲ ଅଳଙ୍କାର ହେଉ, ଏହି ବ୍ରାଣ୍ଡ୍ ପ୍ରତ୍ୟେକ ପସନ୍ଦ ଏବଂ ଅବସରକୁ ଖାପ ଖୁଆଇବା ଭଳି ବହୁବିଧ ବିକଳ୍ପ ଉପଲବ୍ଧ କରାଉଛି । ଶ୍ରୀ ମିତେଶ ଖିମଜୀ, ମ୍ୟାନେଜିଂ ଡାଇରେକ୍ଟର, ଖିମଜୀ ଜୁଏଲର୍ସ ଏହି ଅନନ୍ୟ ଅଫର ପଛରେ ଥିବା ଭାବପ୍ରବଣତା ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, “ଓଡ଼ିଶା ବଜାରରେ ଆମେ ଯୋଗାଇ ଦେଉଥିବା ଏହା ଅନ୍ୟତମ ସର୍ବବୃହତ ସେଲ୍ ହୋଇଛି, ଯେଉଁଥିରେ ପୂର୍ଣ୍ଣାଙ୍ଗ ସୁନା ଓ ହୀରା ଅଳଙ୍କାର ବର୍ଗର ଗଢା ମଜୁରୀ ଉପରେ ଫ୍ଲାଟ ୫୦% ରିହାତି ପ୍ରଦାନ କରାଯାଉଛି । ଆମେ ଅକ୍ଷୟ ତୃତୀୟା ପାଳନ କରିବା ସମୟରେ ଆମେ ଆମର ବହୁମୂଲ୍ୟ ଗ୍ରାହକଙ୍କୁ ଏହି ଅନନ୍ୟ ଅଫର୍ ଯୋଗାଇଦେଇ ଖୁସି ଅନୁଭବ କରୁଛୁ । ଏଥିସହିତ ଆମେ ଆନନ୍ଦର ସହିତ ଜୀବନବ୍ୟାପୀ ବାୟ ବ୍ୟାକ ଗ୍ୟାରେଣ୍ଟି ପ୍ରଦାନ କରୁଛୁ । ଖିମଜୀ ଜୁଏଲର୍ସ ଅତୁଳନୀୟ ଗୁଣବତ୍ତା ଓ ସେବା ଯୋଗାଣ ନିମନ୍ତେ ନିଜର ପ୍ରତିବଦ୍ଧତା ପାଇଁ ସେହି ମହାନ ହୃଦୟଗୁଡିକରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି, ଯାହା ଓଡ଼ିଶାରେ ଏହାର ସର୍ବାଧିକ ବିଶ୍ୱସନୀୟ ଜୁଏଲର ମାନ୍ୟତାକୁ ସୁଦୃଢ କରିଛି । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026