ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) :- ବେଗୁନିଆ ବ୍ଲକ ହୀରାପୁର ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟବନ୍ଧ ଗ୍ରାମର ଏକ ବିଲରେ ଥିବା ମଈ ଗଛରେ ବିବାହିତ ପ୍ରେମୀ ଯୁଗଳ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିବାର ଗୁରୁବାର ଦିନ ପୂର୍ବାହ୍ନରେ ଦେଖିବାକୁ ମିଳିଛି । ଏହା ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନାଁ କେହି ତାଙ୍କୁ ହତ୍ୟା କରି ସେଠାରେ ଆଣି ଲଟକାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ଜଙ୍କିଆ ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରାଙ୍କ ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା ଗ୍ରାମର ନାରାୟଣ ବେହେରାଙ୍କ ପୁଅ ଅଜୟ କୁମାର ପ୍ରଧାନ(୪୫) ଓ ଗୋପୀନାଥପୁର ସାହିର ଶାନ୍ତିଲତା ମହାପାତ୍ର(୪୨) ଦୀର୍ଘ ୧୫ ବର୍ଷ ତଳେ ଭଲ ପାଇ ବିବାହ କରିଥିବା ବେଳେ କୌଣସି କାରଣ ଯୋଗୁଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଥିଲା ।

