ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ଏନଏନଏସ -ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅର୍ଥ ତୋଷାର ପାତ,ନିୟମ ବହିଭ୍ରୁତ କାର୍ଯ୍ୟ କଳାପ ଓ ଅଧ୍ୟକ୍ଷଙ୍କ ବିରୋଧରେ ମାନସିକ, ଯୌନ ନିର୍ଯାତନା ଭଳି ସାଙ୍ଘାତିକ ଅଭିଯୋଗ ଥାନାରେ ହେବା ପରେ ପରିଚାଳନା କମିଟି ଏହାକୁ ଗୁରୁତ୍ୱର ସହ ନେଇ ଅଧକ୍ଷଙ୍କୁ କାର୍ଯ୍ୟରୁ ବହିସ୍କୃତ କରିଛନ୍ତି l ବିଦ୍ୟାଳୟର ସମ୍ମାନର ସୁରକ୍ଷା ଏବଂ ଏହାର ପ୍ରତିକାର ପାଇଁ ଅlଵ୍ୟଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ପରିଚାଳନା କମିଟି ପକ୍ଷରୁ ସଭାପତି କିରଣ କୁମାର ପାତ୍ର ଓ ସମ୍ପାଦକ ଅରୁଣ କୁମାର ବରାଳ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l