କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍)  :-  ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଷ୍ଟେସନର ୩ନଂ ପ୍ଲାଟଫର୍ମ ଠାରେ ଶନିବାର ମଧ୍ୟାହ୍ନ ସମୟରେ ଏକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି l ଖବର ନେବାରେ ଜଣାଯାଇଛି, ବିଶାଖାପାଟଣାରୁ କୋଇଲା ବୋଝେଇ ହୋଇ ଟ୍ରେନଟି ଖଡ଼ଗପୁର ଯାଉଥିଲା l ମଧ୍ୟାହ୍ନ ପ୍ରାୟ ୩ ଘଟିକା ସମୟରେ ଟ୍ରେନଟି ଚିଲିକା ଷ୍ଟେସନ ଦେଇ ଅତିକ୍ରମ କରୁଥିବା ବେଳେ ଇଞ୍ଜିନ ପଟୁ ୪୬ ନଂ ୱାଗନରୁ ଧୂଆଁ ବାହାରୁଥିବା ରେଳ କର୍ତୃପକ୍ଷ ଦେଖିପାରି ତୁରନ୍ତ ବାଲୁଗାଁ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ lଟ୍ରେନଟି ବାଲୁଗାଁରେ ରହଣି ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେତୁ କୋଇଲାକୁ କୋଇଲା ଘର୍ଷଣ ହୋଇ ଅଗ୍ନି ଉଦଗୀରଣ ହୋଇଥିବା ଅନୁମାନ କରାଯାଇଛି l ନିଆଁ ସମ୍ପୂର୍ଣ ଆୟତ୍ତ ହେବା ପରେ ସନ୍ଧ୍ୟାରେ ଟ୍ରେନଟି ଗନ୍ତବ୍ୟ ସ୍ଥଳକୁ ଯାତ୍ରା ଆରମ୍ଭ କରିଥିଲା l

 

Exit mobile version