Home ଓଡ଼ିଶା ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ କାର୍ଡର ଶୁଭାରମ୍ଭ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ବହୁ ପ୍ରତୀକ୍ଷା ର ହୋଇଛି ଅନ୍ତ। ଯୋଡି ହେବାକୁ ଯାଉଛି ସ୍ବାସ୍ଥ୍ୟ ସେବାରେ ନୂତନ ଅଧ୍ୟାୟ। ଆଜି ଆୟୁଷ୍ମାନ ଭାରତ ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବାୟୋ ବନ୍ଦନା ଯୋଜନାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଶୁଭାରମ୍ଭ କରିଛନ୍ତି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ବ୍ରହ୍ମଗିରି ବ୍ଲକ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ବ୍ଲକ ରେ ମୋଟ ୩ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବ୍ରହ୍ମଗିରି , ରାୟବିଧାର ,ଖଜୁରୀୟ ରେ ଏହି କାର୍ଡ ୫ ଜଣ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଛି । ରାଜନୈତିକ ଶିକାର ଭିତରେ ଗତ ୫ବର୍ଷ ଧରି ରାଜ୍ୟ ରେ ଆୟୁଷ୍ମାନ ଭାରତ ଲାଗୁ ହୋଇ ପାରିନଥିଲା । ସେଥି ପାଇଁ ରାଜ୍ୟ ସରକାର ୩ ହଜାର କୋଟି ଟଙ୍କା କ୍ଷେତି ହୋଇ ଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଆୟୁଷ୍ମାନ ଭାରତ ଶୁଭାରମ୍ଭ ହେବା ଫଳରେ ରାଜ୍ୟ ବାସୀ ଓଡିଶା ସହ ଦେଶବ୍ୟାପୀ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଯଦି କୌଣସି କାରଣ ରୁ ନୂତନ କାର୍ଡରେ ସମସ୍ୟା ଉପୁଜେ ତେବେ ଆଧାର ଦେଇ ଦେଶର ଯେକୌଣସି ଅନୁବନ୍ଧିତ ମେଡ଼ିକାଲ ରେ ସ୍ବାସ୍ଥ୍ୟ ସୁବିଧା ପାଇପାରିବେ ବୋଲି ସରକାର ଘୋଷଣା କରିବା ପରେ ଏବେ ରାଜ୍ୟ ସମେତ ବ୍ଲକର ହିତାଧିକାରୀଙ୍କ ଭିତରେ ବେଶ ଉତ୍ସାହ ପରିଲକ୍ଷିତ ହେଉଛି। ପୂର୍ବରୁ ପରିବାର ପିଛା ଗୋଟିଏ କାର୍ଡ ମିଳୁଥିବା ବେଳେ ଏବେ ଉଭୟ ଯୋଜନାର ହିତାଧିକାରୀ ଙ୍କୁ ଜଣକେ ଗୋଟିଏ ଲେଖାଏଁ କାର୍ଡ ପ୍ରଦାନ କରାଯିବ। ଏହି କାର୍ଡରେ ପୁରୁଷ ହିତାଧିକାରୀଙ୍କୁ ୫ ଲକ୍ଷ ଓ ମହିଳା ହିତାଧିକାରୀ ଙ୍କୁ ୧୦ ଲକ୍ଷ ଲେଖାଏଁ ଚିକିତ୍ସା ଖର୍ଚ୍ଚ ମିଳିବ। ଯଦି ପରିବାର ରେ ୭୦ ବର୍ଷ ରୁ ଉର୍ଦ୍ଧ୍ବ ହିତାଧିକାରୀ ଥିଲେ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ସାମିଲ କରାଯାଈ ପରିବାର ପ୍ରତି ସର୍ବାଧିକ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାଯାଇଛି । KYC ଅପଡେଟ କରି ନୂତନ କାର୍ଡ ନପାଈବା ଯାଏଁ BSKY କାର୍ଡରେ ଚିକିତ୍ସା ସୁବିଧା ପାଇ ପାରିବେ। ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମୂଖ୍ୟ ଅଧିକାରିଣୀ ଡଃ ରଜତମଞ୍ଜୁରୀ ପ୍ରଧାନ ବ୍ରହ୍ମଗିରି ବ୍ଲକ ବିଡିଓ ବିଜୟ କୁମାର ବେହେରା ଜିଲ୍ଲା ପରିଷଦ ,ସରପଞ୍ଚ, ସମିତି ସଭ୍ୟ, ପିଆରଆଇ, ,ଆଶା କର୍ମୀ , ଅଙ୍ଗନବାଡ଼ି ଦିଦି ମାନଙ୍କ ଉପସ୍ଥିତି ରେ କାର୍ଡ ବଣ୍ଟନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୫ ହଜାର କାର୍ଡ ପ୍ରଦାନ କରାଯିବ। ଏହି ଯୋଜନା ଶୁଭାରମ୍ଭ ଦିନ ଠାରୁ ପ୍ରତି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ୨୫ ଲେଖାଏଁ କାର୍ଡ ବଣ୍ଟନ କରାଯିବ ବୋଲି ବ୍ରହ୍ମଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମୂଖ୍ୟ ଚିକିତ୍ସାଧିକାରିଣୀ ଡଃ ରଜତମଞ୍ଜୁରୀ ପ୍ରଧାନ ସୂଚନା ଦେଈଛନ୍ତି। Categories: ଓଡ଼ିଶା, ପୁରୀ, ହୋମ୍ Related Content ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026 ଶୀର ନାସ୍ତି ଶୀର ପୀଡା କେବଳ ଦେଖିବାକୁ ମିଳିବ ଖୋରଧା ଜ଼ିଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ by Proprietor Abhimanyu Maharana August 5, 2026 ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଚାନକ ପରିଦର୍ଶନ by Proprietor Abhimanyu Maharana August 5, 2026 ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026