ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ପୂର୍ବତନ ମୁଖ୍ୟ ମନ୍ତ୍ରୀ, ଝଡର ଇଗଲ, ପ୍ରବାଦ ପୁରୁଷ, ଇଣ୍ଡୋନେସିଆର ଭୂମି ପୁତ୍ର ସ୍ବର୍ଗତ ବିଜୁପଟ୍ଟନାୟକ ଙ୍କ 28 ତମ ଶ୍ରାଦ୍ଧ ବାର୍ଷିକ ଉଚ୍ଛବ ଗୁରୁବାର ବିରିଡି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି l ବିରିଡି ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର କୁମାର ରାଉଳ ଙ୍କ ନେତୃତ୍ୱରେ ବ୍ଲକ ର ବାଲିଆ ଗୋପୀନାଥ ପୁର ସ୍ଥିତ ପଞ୍ଚ ମୁଖି ହନୁମାନ ମନ୍ଦିର ନିକଟରେ ଥିବା ପୁଷ୍କରଣୀରେ ସଖାଳୁ ତିଳ ତର୍ପଣ ଓ ପୂଜା ଅର୍ଚ୍ଚନା ଅନୁଷ୍ଠିତ ହୋଇଥିଲା l

