କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ-ଭୁବନେଶ୍ଵର ୧୬ ନମ୍ବର ଜାତୀୟ ରାଜପଥ ଫୁଲନଖରା ନିକଟସ୍ଥ ନଖରାର ପ୍ରସିଦ୍ଧ ଶୈବପୀଠ ଲକ୍ଷେଶ୍ଵର ମହାଦେବଙ୍କ ମୁଖଶାଳା ପୀଠରେ ୧୯ ତାରିଖ ଶନିବାର ଠାରୁ ଆରମ୍ଭ ହେବାକୁ ଥିବା ଶ୍ରୀରାମ ଚରିତ ମାନସ ପାରାୟଣ ପାଇଁ ଏକ ପ୍ରସ୍ତୁତି ବୈଠକ ପାରାୟଣ ପରିଚାଳନା ସମିତିର ସଭାପତି ବଂଶୀଧର ଭୋଳଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ।
ଏହି ପାରାୟଣ ୧୯ ରୁ ୨୭ ତାରିଖ ପର୍ଯ୍ୟନ୍ତ କିଭଳି ଚାଲିବ ସେନେଇ ଉପସ୍ଥିତ ସଦସ୍ୟଙ୍କ ସହିତ ଆଲୋଚନା କରାଯାଇଥିଲା । ୨୩ ତାରିଖ ବୁଧବାର ରାତିରେ ପୁରୁଣା କାଚରାମାଳ ଗ୍ରାମର ଚନ୍ଦନ ରାମଲୀଳା ସମିତିର କଳାକାର ମାନେ ରାମ ବନବାସ ଲୀଳା ପରିବେଷଣ କରିବେ , ୨୪ ତାରିଖ ଗୁରୁବାର ରାତିରେ ନୂଆ କାଚରାମାଳ ଗ୍ରାମର ଲକ୍ଷେଶ୍ଵର ରାମଲୀଳା ସମିତି ର କଳାର ମାନେ ଲଙ୍କାପୋଡ଼ି ଲୀଳା ପରିବେଷଣ କରିବେ ,