ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) କୋରାଇ :– କୋରାଇ ବ୍ଲକର ଦକ୍ଷିଣରେ ପ୍ରବାହିତ ଖରସ୍ରୋତ ନଦୀ ବନ୍ୟା ବିପନ୍ନଙ୍କୁ ଯାଜପୁର ରୋଡ ସ୍ଥିତ ସହିଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ରିଲିଫ ପ୍ରଦାନ କରାଯାଇଛି । ସଂଘର ସଭାପତି ରାଜେନ୍ଦ୍ରକୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଖରସ୍ରୋତା ନଦୀପଠାର ତଣ୍ଡରା, ବରେଇ, କୁଜିବର, ଜୋକଡିଆ ଆଦି ଗ୍ରାମର ବନ୍ୟା ବିପନ୍ନଙ୍କୁ ସୁଖିଲା ଖାଦ୍ୟ ପୁଡିଆ ବଂଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସଂଘର ସଂପାଦକ ହେମନ୍ତକୁମାର ଧୀର, ସହସଂପାଦକ ଅକ୍ଷୟକୁମାର ନାୟକ, ସମୀର ରାୟ, ସର୍ବେଶ୍ୱର ସ୍ୱାଇଁ, ଦିନେଶ ସାହା, ବଜୟ ନନ୍ଦି, ଜନ୍ମେଜୟ ରାଉତ, ମଣିଭଦ୍ର ମଲ୍ଲିକ, ମନୋଜ ଦାସ, ଅଜିତ ମାଝି, ସୁମିତ ମହାନ୍ତି, ରମେଶ ବିଶ୍ୱାଳ, ଅଜୟ ଭଦ୍ର, ସପନ ସିଂ, ଚିନ୍ତାମଣି ମଲ୍ଲିକ, ମିଟୁ ମହାରଣା, ପ୍ରମୁଖ ସଂଘର କର୍ମକର୍ତା ଓ ସଦସ୍ୟମାନେ ସାମିଲ ହୋଇ ବଂଟନରେ ସହାୟତା କରିଥିଲେ ( ରିପୋର୍ଟ- ରଶ୍ମିରେଖା ମଲ୍ଲିକ )
