ନୂଆଗଡ ହାଡବାଇ ଯାତ୍ରା ମହୋତ୍ସବ ଉଦଯାପିତ

କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ ତେଲେଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ ଗ୍ରାମର ପରମ ବୈଷ୍ଣବୀ ମା’ ହାଡବାଇଙ୍କ ଯାତ୍ରା ମହୋତ୍ସବ ୧୩ ତାରିଖ ଠାରୁ ଆରମ୍ଭ ହୋଇ ୧୬ ତାରିଖ ରେ ଶେଷ ହୋଇଛି । ନୂଆଗ ଗ୍ରାମ ଉନ୍ନୟନ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀ ଙ୍କ ସଭାପତିତ୍ବରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆୟୋଜିତ ହୋଇଥିବା ସଭାରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏବଂ ବିଭିନ୍ନ ଗ୍ରାମର ସଭାପତି ସଂପାଦକ , ବୁଦ୍ଧିଜିବୀ ମାନଙ୍କୁ ଏହି ମଞ୍ଚରେ ଏକତ୍ରିତ କରି ପରସ୍ପର ମଧ୍ୟରେ ଭାଇଚାରା କୁ ସୁଦୃଢ କରିବା ନୂଆଗଡ ହାଡବାଇ ଯାତ୍ରା ମହୋତ୍ସବର ମୂଳଲକ୍ଷ୍ୟ ।

ବୁଧବାର ସନ୍ଧ୍ୟାରେ ରେ ମା’ ହାଡବାଇ ଯାତ୍ରା ମହୋତ୍ସବର ଥିଲା ଶେଷ ଦିବସ ବା ଉଦଯାପନ କାର୍ଯ୍ୟକ୍ରମ । ଉଦଯାପନ ସନ୍ଧ୍ୟାରେ କଟକ ବାରବାଟି ବିଧାୟିକା ସୋଫିଆ ଫିରଦୋସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ନୂଆଗଡ ଗ୍ରାମବାସୀଙ୍କ ଭଲପାଇବାକୁ ଭୁଲିପାରିବିନି। ଗ୍ରାମବାସୀ ଏବଂ ଯୁବକ ମାନଙ୍କ ମଧ୍ୟରେ ରହିଥିବା ଏକଥାକୁ ଅନ୍ୟ ମାନେ ଅନୁସରଣ କରନ୍ତୁ । ଏହି ଗ୍ରାମ ସବୁବେଳେ ସମସ୍ତଙ୍କୁ ଗୋଟିଏ ପରିବାରରେ ଭାଇ ହୋଇ ରହିବାକୁ ଉଦ୍ୟମ ଜାରି ରଖିଛି । ଏହି ଗ୍ରାମ ବାସି ତାଙ୍କୁ ଯେତେବେଳେ ଯେଉଁ ସମୟରେ ସାହାଯ୍ୟ ସହଯୋଗ ଲୋଡିବେ ସେ ତାହା କରିବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଥିଲେ ।

କଟକ ସହର ହଜାର ବର୍ଷର ସହର। ଏହାର ବିକାଶ କିପରି ଅଧିକରୁ ଅଧିକ ହୋଇପାରିବ ସେଦିଗରେ ତାଙ୍କର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଥିଲେ । କଂଗ୍ରେସ ସେବା ଦଳର ମୁଖ୍ୟ ଆର୍ଯ୍ୟ କୁମାର ଞାନେନ୍ଦ୍ର ମୁଖ୍ୟବକ୍ତା , ବାବାଜୀ ମନୋଜ କୁମାର ଦାସ , ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ସମାଜ ସେବୀ ଅନିତା ବେହେରା, ଅନିଲ କୁମାର ବେଉରା , ହାଡବାଇ ଯାତ୍ରା ମହୋତ୍ସବର ଚେୟାରମ୍ୟାନ ଶିଶିର ରାଉତରାୟ , ପୂର୍ବତନ ସରପଂଚ ତଥା ନୂଆଗଡ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ପିତବାସ ମହାପାତ୍ର, ଶିଳ୍ପପତି ଗିରିଶ ପଟାଡିଆ,

ଶରତ ଚନ୍ଦ୍ର ଜେନା, କଟକ ଯୋନ -୪_ ଏ ସି ଟି ଅମିତାଭ ମହାପାତ୍ର, କଟକ ସଦର ଥାନା ଆଇଆଇସି ଓମ୍ ପ୍ରକାଶ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଆୟୋଜିତ ଉତ୍ସବରେ ବିଭିନ୍ନ ବର୍ଗର ଲୋକଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଶିକ୍ଷାର ବିକାଶ ପାଇଁ ଛାତ୍ର ଛାତ୍ରୀଙ୍କୁ ଏନକରେଜ କରିବା ଲାଗି ନୂଆଗଡ ଗ୍ରାମ ଉନ୍ନୟନ କମିଟି ଆଖପାଖ ଅଞ୍ଚଳରେ ଥୂଵା ହାଇସ୍କୁଲ ଓ କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯେଉଁ ମାନେ ଗତବର୍ଷ ଶ୍ରେଣୀ ରେ ସର୍ବାଧିକ ନମ୍ବର ରଖିଥିଲେ ସେମାନଙ୍କୁ ମଞ୍ଚରେ ଅତିଥିମାନଙ୍କ ଦ୍ଵାରା ମାନପତ୍ର ଅର୍ଥ ରାଶି ପ୍ରଦାନ କରାଯାଇଥିଲା।

ପ୍ରତ୍ୟେକ ଦିନ ଆଖପାଖ ସ୍କୁଲର ଛାତ୍ରଛାତ୍ରୀ ଙ୍କ ଚିତ୍ତାକର୍ଷକ ନୃତ୍ୟ ସମସ୍ତ ଅତିଥି ଏବଂ ଦର୍ଶକ ମାନୁଙ୍କୁ ମନକୁ ଛୁଇଁ ପାରିଥିଲା । ସେମାନଙ୍କୁ ମଧ୍ୟ ଟ୍ରଫି ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଶେଷରେ ଗ୍ରାମ କମିଟିର ସଂପାଦକ ସନ୍ତୋଷ କୁମାର ସାମନ୍ତରାୟ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନା ରେ କମିଟି ର ସମସ୍ତ କର୍ମକର୍ତ୍ତା, ଗ୍ରାମର ସମସ୍ତ ଯୁବକ ମାନେ ପାଞ୍ଚ ଦିନଧରି ଶୃଙ୍ଖଳିତ ଭାବେ କାର୍ଯ୍ୟ ସମ୍ପାଦନ କରୀଥିଵିରୁ ନିମନ୍ତ୍ରିତ ଅତିଥି ମାନେ ଏବଂ ପୋଲିସ ଅଧିକାରୀ ମାନେ ପ୍ରସଂଶା କରିଥିଲେ । ଶେଷରେ ରାତି ୧୨ଟାରେ ଅପେରା ପରିବେଷଣ କରାଯାଇଥିଲା ।

Exit mobile version