Home ଓଡ଼ିଶା ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଉପରେ ବିଗିଡ଼ିଲେ ଜିଲ୍ଲାପାଳ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ :- ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ସ୍କୁଲ କୁ ଫେରାଇ ଆଣିବା ଓ ନୂତନ ଭାବରେ ସ୍କୁଲ ରେ ନାମ ଲେଖାଇବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି ଓ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛନ୍ତି।କିନ୍ତୁ ପ୍ରକୃତ କ୍ଷେତ୍ରରେ ଏହା ହେଉ ନାହିଁ।ପିଲା ସ୍କୁଲରେ ନାମ ଲେଖାଇ ବାକୁ ଗଲେ ବିଭିନ୍ନ ବାହାନା କରି ହଇରାଣ କରିବା ,ଅଭିଭାବକ ଓ ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା ସ୍ବେଛାସେବୀ ମାନଙ୍କୁ ଖରାପ ବ୍ୟବହାର ଦେଖାଇବା ସ୍କୁଲ ରେ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ନିତିଦିନିଆ ଘଟଣା ହୋଇଗଲାଣି । ଏ ଭଳି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ବିଭିନ୍ନ ମହଲ ରୁ ଅଭିଯୋଗ ଆସିଥିଲା।ଏ ସଂକ୍ରାନ୍ତରେ ମଙ୍ଗଳବାର ପୁରୀ ଜିଲ୍ଲାର ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଡାକି ଏକ ରିଭ୍ୟୁ ବୈଠକ କରୁଥିଲେ।ଚର୍ଚା କ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା ଅଭିଯୋଗ ସତ୍ୟ ବୋଲି ଜାଣିବା ପରେ ଜିଲାପାଳ ଅଧିକାରୀ ମାନଙ୍କ ଉପରେ ଖପା ହେଇ ଥିଲେ।ଆଗକୁ ଯେପରି କୌଣସି ପିଲାଙ୍କୁ ସ୍କୁଲ ରେ ନାମ ଲେଖାରୁ ବଞ୍ଚିତ ନ ହେବ ଏବଂ ଅଭିଭାବକ ଏବଂ ଏ କ୍ଷେତ୍ରରେ କର୍ଯ୍ୟକରୁଥିବା ସ୍ବେଛାସେବୀ ମାନଙ୍କୁ ଯେପରି ଖରାପ ବ୍ୟବହାର ନ କରାଯାଏ ସେଥି ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇ ଥିଲେ । ଏଥି ସହିତ ଖୁବ୍ ଶୀଘ୍ର ଅଧାରୁ ପାଠ ଛାଡ଼ି ଥିବା ପିଲାଙ୍କୁ କିପରି ଶୀଘ୍ର ସ୍କୁଲ ଫେରାଇ ଅଣା ଯାଇ ପାରିବ ସେଥିପାଇଁ ମଧ୍ୟ ଶୀଘ୍ର ପଦକ୍ଷେପ ନେବା ପାଇଁ ଏକ ସର୍ଭେ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରିଥିଲେ।ସେହି ପରି ସଠିକ୍ ସମୟରେ ସ୍କୁଲ ଆସୁନଥିବା କିମ୍ବା ନିଜ ଦାୟିତ୍ୱରେ ଅବହେଳା କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇ ଥିଲେ।ଆଗାମୀ ଅମୟରେ ମାଟ୍ରିକ ପରୀକ୍ଷା ରେଜଲ୍ଟ କୁ ଭିତ୍ତି କରି ଉତ୍ତମ ସ୍କୁଲ ଓ ଶିକ୍ଷକ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବା ପାଇଁ ଜିଲ୍ଳା ପାଳ କହିଥିଲେ।ଏହି ବୈଠକ ରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ , ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ମ୍ୟାନଜମେଣ୍ଟ ୟୁନିଟ ର ପରାମର୍ଶ ଦାତା ସିଦ୍ଧାର୍ଥ ରାୟ, ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ଶିଶୁ ଶିକ୍ଷା ଓ ସୁରକ୍ଷା ଦିଗରେ କର୍ଯ୍ୟକରୁଥିବା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇ ଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content କମିଶନରେଟ ପୋଲିସ ତରଫରୁ ରିଲିଫ୍ ବଣ୍ଟନ by Proprietor Abhimanyu Maharana August 5, 2026 ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026 ଶୀର ନାସ୍ତି ଶୀର ପୀଡା କେବଳ ଦେଖିବାକୁ ମିଳିବ ଖୋରଧା ଜ଼ିଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ by Proprietor Abhimanyu Maharana August 5, 2026 ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଚାନକ ପରିଦର୍ଶନ by Proprietor Abhimanyu Maharana August 5, 2026 ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026