Home ଅପରାଧ ରାସ୍ତା କଡରେ ବାଇକ ପୋଡି ଦେଲେ ଦୁର୍ବୁତ୍ତ – ତଦନ୍ତ କରୁଛି ପୁଲିସ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନୀ ପଦର ପଞ୍ଚାୟତ ବରେବାଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ରାସ୍ତା କଡରେ ଥିବା ଏକ ବାଇକକୁ କୌଣସି ଦୁର୍ବୃତ୍ତ ପୋଡି ଦେଇଥିବା ଦେଖିବାକୁ ମିଳିଛି l ରବିବାର ଦିନ ବିଳମ୍ବିତ ରାତିରେ କାଶିନୀ ପଦର ଠାରେ ଦଣ୍ଡ ମେରୁ ଅନୁଷ୍ଠିତ ହେଉଥିଲା । ଏହି ସମୟରେ ପ୍ରବଳ ଗହଳି ଚହଳି ଲାଗି ରହିଥିଲା l ବରେବାଟା ଗାଁର ଶ୍ରୀକାନ୍ତ କହଁର ନାମକ ଜଣେ ଯୁବକ ଗହଳି ଲାଗିରହିଥିବାରୁ ତାଙ୍କ ବାଇକକୁ ଘରକୁ ନେଇପାରିନଥିଲେ। ସେଥିଲାଗି ସେ ଗାଁ ଘରପାଖ ରାସ୍ତା କଡରେ ବାଇକ ରଖି ଘରକୁ ଯାଇଥଲେ । । ତେବେ ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ବେଳେ ଗାଡିଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇ ଯାଇଛି l ଏ ନେଇ ଶ୍ରୀକାନ୍ତ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗାଡି ପୋଡି ଘଟଣା ପୂର୍ବ ଶତ୍ରୁତା ନା ଆଉ କଣ ରହିଛି କିଛି ଜଣା ପଡ଼ିନଥିବା ବେଳେ ଫିରିଙ୍ଗିଆ ପୋଲିସ ଗୋପିନାଥ ବେହେରା ଏହାର ତଦନ୍ତ କରୁଥିବା ସୂଚନା ମିଳିଛି l Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026