Home ଓଡ଼ିଶା ମଦ୍ୟପାନ କରି ଅଟୋ ଚଳାଇବା ହେଲା କାଳ : ମେରୁ ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣା – ୭ ଗୁରୁତର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ମୁଣ୍ଡାନାଜୁ ଗ୍ରାମର ଜାତୀୟ ରାଜପଥ ଉପରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ଦାରିଙ୍ଗବାଡି ଚିକିତ୍ସା ପାଇଁ ସ୍ଥାନୀୟ ଲୋକ ନେଇଛନ୍ତି l ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଅଞ୍ଚଳର ଶିଶୁଙ୍କ ସମେତ ପ୍ରାୟ ୧୫ ଜଣ ଫିରିଙ୍ଗିଆ ବ୍ଲକ କେଲାପଡା ଗ୍ରାମରୁ ମେରୁଯାତ୍ରା ଦେଖି ନିଜ ଅଞ୍ଚଳ ତିଲୋରୀ ଅଭିମୁଖେ ଅଟୋ ନଂ.ଓଡି୧୨ ଡି -୪୯୬୨ ରେ ଆସୁଥିଲେ । ତେବେ ଅଟୋରେ ଯାତ୍ରୀଙ୍କ ସଂଖ୍ୟା ଅଧିକା ରହିଥିବା ଓ ନିଶାସକ୍ତ ଅବସ୍ଥାରେ ଚାଳକ ଅଟୋ ଚଳାଉଥିବା ଯାତ୍ରୀ ବନିତା ଦଳବେହେରା, ଶୈଳୀ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ଧୀରେ ଗାଡି ଚଳାଇବାକୁ ନିବେଦନ କରିଥିଲେ ମଧ୍ୟ ଅଟୋକୁ ଚାଳକ ବେପରୁଆ ଭାବେ ଚଳାଇଥିଲେ। ଫଳରେ ଅଟୋଟି ଦ୍ରୁତଗତିରେ ଆସୁଥିଲା ଭାରସାମ୍ୟ ହରାଇ ଅଟୋଟି ମହାବନ୍ଧ ଓ ମୁଣ୍ଡନାଜୁ ମଧ୍ୟରେ ଏକ ଜଙ୍ଗଲ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସମସ୍ତ ଆହତଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ଓ ସେଠାରେ ଚିକିତ୍ସା କରାଯାଉଥିବା ଜଣାପଡିଛି। ଜଣେ ହିଁ ଗୁରୁତର ରହିଥିବା ଓ ଅନ୍ୟମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଚିକିତ୍ସା କରୁଥିବା ଡାକ୍ତର ସ୍ବାଗତ ସେନାପତି ପ୍ରକାଶ କରିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026 ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026