Home ଓଡ଼ିଶା ଶାଳବଣ ସାହିତ୍ୟ ସଂସଦର ମହାବିଷୁବ ଆସର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ର ସଭା ଗୃହ ପରିସରରେ ଶାଳବଣ ସାହିତ୍ୟ ସଂସଦର ମହାବିଷୁବ ଆସର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମହୋତ୍ସବରେ ସଭାପତି ଡ଼ ମଧୁସୂଦନ ମହାପାତ୍ର ସ୍ଵାଗତ ସମ୍ଭାଷଣ ଜଣାଇଥିଲେ। ଏଥିରେ ବନବାସୀ ସେବା ସମିତି ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଉଦଘାଟକ ରୂପେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ନୋଟାରୀ ପବ୍ଲିକ କୌଶିକ ସାହୁ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଶାଳବଣ ସାହିତ୍ୟ ସଂସଦର ସୁଦୀର୍ଘ ଇତିହାସ ବଖାଣି ଥିଲେ l ମୁଖ୍ୟବକ୍ତା ଭାବେ ପ୍ରବଚକ ପଣ୍ଡିତ ଡ଼.ଚନ୍ଦ୍ରଶେଖର ଦାଶ ଯୋଗଦେଇ ଭଞ୍ଜ ସାହିତ୍ୟ ଓ ଶ୍ରୀଜଗନ୍ନାଥ ଚରିତାମୃତ ସଙ୍ଗୀତ ଗାନ କରି ଆଲୋଚନା କରିଥିଲେ। ସମ୍ପାଦକ ରବୀନ୍ଦ୍ର ନାଥ ରଥ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ସହ ସମ୍ପାଦକ କୈଳାସ ଚନ୍ଦ୍ର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । କୁରେଇ ମୁଖପତ୍ର ଉନ୍ମୋଚିତ ପର୍ବରେ ମୁଖ୍ୟ ସମ୍ପାଦକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ବନବାସୀ ସେବା ସମିତିର ଛାତ୍ରୀମାନେ କୈବର୍ତ୍ତ ନାୟକଙ୍କ ନିର୍ଦ୍ଦଶନାରେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। । ସୁଶାନ୍ତ କୁମାର ମିଶ୍ରଙ୍କୁ ସୀମାଞ୍ଚଳ ମହାରଣା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ବଳରାମ ଗୌଡ଼ଙ୍କୁ ଶାଳବଣ ସାହିତ୍ୟ ସମ୍ମାନ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼.ଚନ୍ଦ୍ରଶେଖର ଦାଶଙ୍କୁ କୁରେଇ-୨୦୨୫ରେ ସମ୍ମାନିତ କରାଯାଇଥିଲା। ସସ୍ମିତା ପଣ୍ଡା ଓ ଦୀପ୍ତିମୟୀ ରଥ ମାନପତ୍ର ପାଠ ସହ କବିତା ସଂଯୋଜନା କରିଥିଲେ। ବିଷୁବ ପଣା ପାନ ସହ କୁମୁଦିନୀ ମହାରଣା, ପ୍ରତାପ ବେହେରା, ରଞ୍ଜିତ ପ୍ରଧାନ, ବିଶ୍ଵେଶ୍ଵର ଆଚାର୍ଯ୍ୟ, ସ୍ୱାଗତିକା ସାହୁ, ଶରତ ଚନ୍ଦ୍ର ମିଶ୍ର, ରଞ୍ଜିତ ପଣ୍ଡା, ବିଶ୍ଵଜିତ ଜେନା ସସ୍ମିତା ସାମନ୍ତ, ପତିତ ପାବନ ରାଉତ, ପ୍ରତ୍ୟୁଷ ରଞ୍ଜନ ଶତପଥୀ, ପ୍ରହ୍ଲାଦପ୍ରସାଦ ଲେଙ୍କା, ଜୟହର ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରି ସ୍ବରଚିତ କବିତା ପଠନ କରିଥିଲେ। ପତିତପାବନ ରାଉତଙ୍କ ନାଟକ “ଶୁଣ ସରକାର” ଓ କୈଳାସ ଚନ୍ଦ୍ର ବେହେରାଙ୍କ “ଗୁରୁଦକ୍ଷିଣା” ପୁସ୍ତକକୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା ।ଶେଷରେ ସଭାପତି ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026