ବିଜେବି ସ୍ବୟଂଶାସିତ କଲେଜ ପକ୍ଷରୁ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳନ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ରାଜଧାନୀ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟ ତରଫରୁ ସମ୍ବିଧାନ ନିର୍ମାତା ଡଃ. ବାବାସାହେବ ଆମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ +3 ଶେଷବର୍ଷର ଛାତ୍ରୀ ତମନ୍ନା ଭୋଇଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ରାଜମହଲ ଛକରୁ ବାହାରି ଏଜି ଛକରେ ପହଂଚିବା ପରେ ସେଠାରେ ଅବସ୍ଥାପିତ ବାବାସାହେବଙ୍କ ପ୍ରତ୍ତିମୂର୍ତ୍ତିରେ ଛାତ୍ର,ଛାତ୍ରୀମାନେ ପୁଷ୍ପମାଲ୍ଯ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l

ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ରାଜନୀତି ବିଭାଗର . ସହକାରୀ ପ୍ରଫେସର ଡକ୍ଟର ପ୍ରଭାତ ଚନ୍ଦ୍ର ମହାନ୍ତି ସଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ, କିଟ୍ ଓ ଅନ୍ୟାନ୍ୟ କଲେଜ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ l

Exit mobile version